ଷ୍ଟେଜରେ ତାରାଙ୍କ ଠୁମକା

ଶାରଦୀୟ ଦୁର୍ଗା ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ହୋଇପଡ଼ିଛି ।ଦୁର୍ଗା ପୂଜା ଅବସରରେ ମେଲୋଡି ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।ଯାହାକୁ ମନଭରି ଉପଭୋଗ କରୁଛନ୍ତି ଲୋକେ। ତେବେ ଏଥିରୁ ବାଦ୍ ପଡି ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ଗତକାଲି ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା ଅବସରରେ ଜୟପୁର ସହରର ଜଗତଜନନୀ ଛକରେ କଣ୍ଠଶିଳ୍ପୀ ତାରିକ୍ ଆଜିଦ୍ ଓ ତପୁ ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ତପୁଙ୍କ ‘ରଙ୍ଗବତୀ’ ଓ ‘ଏ ଟଉରା ନେଇ ଯା’ ଗୀତରେ ନାଚିଥିଲେ ତାରା ।

Share

Leave a Reply

Your email address will not be published. Required fields are marked *

1 × 1 =