ବଲିଉଡରେ କେବଳ ୫ଜଣ ସୁପରଷ୍ଟାର ଅଛନ୍ତି:ମିଥୁନ

ଚର୍ଚ୍ଚାରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ନିକଟରେ ମିଥୁନ ଏକ ସାକ୍ଷାତକାରରେ ବଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ବିଷୟରେ କହିଛନ୍ତି। ଏହା ସହ ଇଣ୍ଡଷ୍ଟ୍ରିର ପ୍ରତିଭାଶାଳୀ ଅଭିନେତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ଏମିତି ଦେଖିବାକୁ ଗଲେ ବଲିଉଡରେ ଅନେକ ଟ୍ୟାଲେଷ୍ଟ ରହିଛି ଯାହା ଦର୍ଶକ ପସନ୍ଦ କରନ୍ତି। ହେଲେ ୫ ଜଣ ଏମିତି ସୁପରଷ୍ଟାର ଅଛନ୍ତି ଯାହା ତୁଳନା କାହା ସହ କରାଯାଇପାରିବ ନାହିଁ।

୧- ଅକ୍ଷୟ କୁମାର- ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରତି ବର୍ଷ ୩-୪ ଟି ଫିଲ୍ମ କରନ୍ତି। ଅକ୍ଷୟ କୁମାର ଭିନ୍ନ ଭିନ୍ନ ଧରଣର ଚଳଚ୍ଚିତ୍ର କରନ୍ତି।

୨-ଆମୀର ଖାନ- ଭାରତୀୟ ଅଭିନେତା ଆମୀର ଖାନଙ୍କ ଫିଲ୍ମ ଆସିଲେ ହିଟ୍ ହୋଇଥାଏ। ସେ ଉଭୟ ନାୟକ ଓ ଖଳନାୟକ ଭାବେ ଅଭିନୟ କରିଛନ୍ତି।

୩-ସଲମାନ ଖାନ- ବଲିଉଡ ସୁଲତାନ ସଲମାନ ଖାନଙ୍କ ଫିଲ୍ମ ସମଗ୍ର ବିଶ୍ବରେ ଫେମସ। ୧୯୯୮ ମସିହାରେ ଫିଲ୍ମ ବିବି ହୋ ତୋ ଏସିରେ ଅଭିନୟ କରି ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସଲମାନ।

୪- ଶାହରୁଖ ଖାନ- ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ଅନେକ ଝିଅଙ୍କ ଦିଲ୍ରେ ରାଜ କରନ୍ତି। ୯୦ ଦଶକରେ ଶାହରୁଖ ଇଣ୍ଡଷ୍ଟ୍ରିରେ ଲଗାତାର ସୁପରହିଟ୍ ଫିଲ୍ମ କରିଛନ୍ତି।

୫-ଅଜୟ ଦେବଗନ- ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ଚମତ୍କାର ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ ହେବାରେ ସଫଳ ହୋଇଛନ୍ତି।

ମିଥୁନ କହିଛନ୍ତି ଯେ, ଏହି ୫ ଜଣ ସୁପରଷ୍ଟାର ନିଜ ଫ୍ୟାନ ଫଲୋଇଂଗ, ଅଭିନୟ ଓ ପ୍ରତିଭା ବଳରେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ଏହି କଳାକାରମାନେ ଆଗକୁ ମଧ୍ୟ ସଫଳ ହୋଇ ରହିବେ।

Share

Leave a Reply

Your email address will not be published. Required fields are marked *

16 − ten =