ବକ୍ସଅଫିସରେ ଧୁମ ମଚାଉଛି ‘ମିଶନ ମଙ୍ଗଳ’

ମୁମ୍ବାଇ ()  ଅଗଷ୍ଟ ୧୫ରେ ବଲିଉଡ୍‌ର ୨ଟି ବଡ ଫିଲ୍ମ ରିଲିଜ୍‌ ହୋଇଛି ଆଉ ଏହା ପ୍ରଥମ ଦିନରେ ହିଁ ବାଜି ମାରିଛି। ଅକ୍ଷୟ କୁମାରଙ୍କ ଷ୍ଟାର କାଷ୍ଟର ‘ମିଶନ ମଙ୍ଗଳ’  ରିଲିଜ୍‌ ହୋଇଥିଲା। ଗୋଟିଏ ଦିନରେ  ଫିଲ୍ମ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ‘ମିଶନ ମଙ୍ଗଳ’ ୨୯.୧୬ କୋଟି ଆୟ କରିଛି। ସେହିପରି ଦ୍ଵିତୀୟ ଦିନରେ ୧୭.୨୮ କୋଟି ଟଙ୍କାର ବ୍ୟବସାୟ କରିଛି । ଏହାସହ ଏହି ଫିଲ୍ମଟି ମୋଟ ୪୬.୪୪ କୋଟି ଟଙ୍କାର ବ୍ୟବସାୟ କରିଛି । ସ୍ୱାଧୀନତା ଦିବସରେ ଏହି ଫିଲ୍ମକୁ ରିଲିଜ କରାଯାଇଥିବାବେଳେ ଏହା ଫାଇଦା ଦେଇଛି ।

ସିନେମା ମିଶନ ମଙ୍ଗଳରେ ବିଦ୍ୟା ବାଲନ୍‌, ତାପସୀ ପନ୍ନୁ, କୀର୍ତ୍ତି କୁଲ୍ଲାରି, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଓ ସର୍ମନ୍‌ ଜୋସିଙ୍କ ସହିତ ଅକ୍ଷୟ କୁମାର ନଜର ଆସିଛନ୍ତି ।ଏହି ସିନେମାକୁ ନେଇ ଅକ୍ଷୟ କୁମାର ଗଣମାଧ୍ୟମ ସହ କଥା ହେବା ସହିତ ଏହାର ସଫଳତାକୁ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।ଏହି ସମୟରେ ଅକ୍ଷୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବି ଖୁବ୍‌ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + nineteen =