ରଣବୀର -ଆଲିଆଙ୍କ ସଂପର୍କରେ ମୋହର

କିଛି ଦିନ ହେବ ମିଡ଼ିଆରେ ଖୁବ ଚର୍ଚ୍ଚାରେ ରହିଛି ଆଲିଆ ଏବଂ ରଣବୀରଙ୍କ ପ୍ରେମ କାହାଣୀ। ଦୁହିଁଙ୍କ ସଂପର୍କକୁ ନେଇ କିଛି ନା କିଛି ଖବର ମିଡ଼ିଆରେ ଚର୍ଚ୍ଚାର ବିଷୟ ରହିଥାଏ। ଏପରିକି ବଲିଉଡ଼ରେ ପ୍ରାୟ ସମସ୍ତେ ଦୁହିଁଙ୍କ ଯୋଡ଼ିକୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ଏବେ ଦୁହିଁଙ୍କ ସଂପର୍କରେ ମୋହର ଲଗାଇଛନ୍ତି ଆଲିଆଙ୍କ ପିତା ତଥା ପ୍ରଯୋଜକ ମହେଶ ଭଟ୍ଟ। ସେ ତାଙ୍କ ଝିଅ ପାଇଁ ରଣବୀରଙ୍କୁ ପରଫେକ୍ଟ ବୋଲି କହିଛନ୍ତି।
ମିଳିଥିବା ଖବର ଅନୁଯାୟୀ ,ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ତେବେ ମହେଶ ଭଟ୍ଟଙ୍କ ପୂର୍ବରୁ ଆଲିଆ ଏବଂ ରଣବୀରଙ୍କ ସଂପର୍କରେ ରଣବୀରଙ୍କ ପିତା ଋଷି କପୁର ଏବଂ ମା ନୀତୁ ସିଂ ମଧ୍ୟ ମୋହର ଲଗାଇଥିଲେ। ଏପରିକି କରନଙ୍କ ଟକ୍ ସୋରେ ମଧ୍ୟ ଆଲିଆ ତାଙ୍କର ଏବଂ ରଣବୀର ସଂପର୍କକୁ ନେଇ ଅନେକ କଥା କହିଥିଲେ।

Share

Leave a Reply

Your email address will not be published. Required fields are marked *

8 + one =