ଲଣ୍ଡନରେ ଲାଗିଲା ଦୀପିକାଙ୍କ ମହମ ପ୍ରତିମୂର୍ତ୍ତି

ଲଣ୍ଡନରେ ମ୍ୟାଡାମ ତୁସାଦରେ ଦୀପିକା ପାଦୁକୋନଙ୍କର ମହମ ମୂର୍ତ୍ତିକୁ ଗୁରୁବାର ପ୍ରଦର୍ଶନୀ କରାଯାଇଛି। ଏଥିପାଇଁ ଦୀପିକା ନିଜ ସ୍ବାମୀ ରଣବୀର ସିଂହ, ବାପା ପ୍ରକାଶ ପାଦୁକୋନ, ମା‘ ଉଜ୍ବଳା ପାଦୁକୋନ, ଭଉଣୀ ଅନିଶା ପାଦୁକୋନ, ଶ୍ବଶୁର ଜଗଜୀତ ଭାବନାନୀ ଏବଂ ଶାଶୁ ଅଞ୍ଜୁ ଭାବନାନୀଙ୍କ ସହିତ ଲଣ୍ଡନ ପହଁଚିଥିଲେ। ଦୀପିକା ଲାଇଭ୍ ଇନଷ୍ଟଗ୍ରାମ ସୋସିଆଲ ଦ୍ବାରା ନିଜର ମହମ ଷ୍ଟାଚ୍ୟୁକୁ ପଦର୍ଶନୀ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରଣବୀର, ଦୀପିକାଙ୍କ ଷ୍ଟାଚ୍ୟୁ ଦେଖି କହୁଛନ୍ତି ‘ କଣ ମୁଁ ୟାଙ୍କୁ ଘରକୁ ନେଇ ପାରିବି ? ଏହି ସମୟରେ ଦୀପିକା କହିଲେ ତୁମେ ଯେତେବେଳେ ସୁଟିଂ ପାଇଁ ଲଣ୍ଡନ ଆସିବ ଆଉ ମୋତେ ମିସ୍ କରିବ ସେତେବେଳେ ଏଇଠିକୁ ପଳି ଆସିବ।

ଦୀପିକାଙ୍କ ମହମ ଷ୍ଟାଚ୍ୟୁ ତାଙ୍କ ୨୦୧୬ ଲୁକକୁ ନେଇ ନିର୍ମିତ ହୋଇଛି। ଯେଉଁଥିରେ ସେ ସବ୍ୟସାଚୀ ମୁଖାର୍ଜୀଙ୍କ ଆଉଟଫିଟ ପିନ୍ଧିଥିଲେ। ଦୀପିକା ଗତ ବର୍ଷ ମ୍ୟାଡାମ ତୁସାଦ ର ଏକ୍ସପର୍ଟଙ୍କ ସହିତ ଭେଟିଥିଲେ। ସେହି ସମୟରେ ସେ କହିଥିଲେ-‘‘ମୁଁ ବହୁତ ଖୁସି, ଏକ୍ସପର୍ଟଙ୍କ ସହିତ ସାକ୍ଷାତ ବହୁତ ମଜାଦାର ଥିଲା।’’
ଏହି ମ୍ୟୁଜିୟମରେ ଦୀପିକାଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ସଲମାନ ଖାନ, କଟରୀନା କେଫ, ସନ୍ନି ଲିଓନୀ ଏବଂ ଅନ୍ୟ କଳାକାରଙ୍କ ଷ୍ଟାଚ୍ୟୁ ଲାଗି ସାରିଛି। ଦିଲ୍ଲୀରେ ମ୍ୟାଡାମ ତୁସାଦରେ ଅମିତାଭ ବଚ୍ଚନ, ବିରାଟ କୋହଲୀ, ସାହରୁଖ ଖାନ, ଆଶା ଭୋଷଲେ ଏବଂ ଅନ୍ୟ କଳାକାରଙ୍କ ଷ୍ଟାଚ୍ୟୁ ରହିଛି। ଦୀପିକା ଏବେ ମେଘନା ଗୁଜାରଙ୍କ ଫିଲ୍ମ ‘ଛପାକ୍’ରେ ବ୍ୟସ୍ତ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

7 − five =