କାକଟପୁର ମା ମଙ୍ଗଳାଙ୍କ ଆଶ୍ଚର୍ୟ୍ୟଜନକ ରହସ୍ୟ , ଜାଣନ୍ତୁ

ଏହି ମା ମଙ୍ଗଳା ମନ୍ଦିରରେ ରହିଛି ଅନେକ ଆଶ୍ଚର୍ୟ୍ୟଜନକ ମହିମା ଯାହା ଆପଣ ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ମା ଙ୍କ ମହିମା ସମ୍ପର୍କରେ ।

ପୌରାଣିକ ତଥ୍ୟରୁ ପ୍ରାଚୀ ନଦୀ ମହାଗର୍ଭରେ ମା ମଙ୍ଗଳା ବୁଡିକି ରହିଥିଲେ । ଥରେ ଜଣେ ନାବିକ ନଦୀରେ ଡ଼ଙ୍ଗା ବହୁଥିବା ବେଳେ ହଠାତ ଅଦିନିଆ ଝଡ଼ରେ ତା ଡଙ୍ଗାଟି ଦୋହଲି ବାକୁ ଲାଗିଲା କିନ୍ତୁ ଅକସ୍ମାତ ମଝି ନଦୀରେ ଡଙ୍ଗାଟି ସ୍ଥିର ହୋଇ ରହିଯାଇଥିଲା ଏବଂ ନାଉରିଆ ଜଣକ ରକ୍ଷା ପାଇଯାଇଥିଲା । ଏପରି ବିସ୍ମୟକୁ ସହଜରେ ନାଉରିଆ ଜଣକ ଭୁଲିପାରୁନଥିଲା ଏବଂ କିପରି ସେ ରକ୍ଷା ପାଇଲା ବାରମ୍ବାର ଭାବୁଥିଲା । ମା ତା ମନ କଥା ଜାଣିପାରି ସେହିଦିନ ଅଧରାତିରେ ତାଙ୍କୁ ସ୍ୱପ୍ନରେ ଦେଖାଦେଇଥିଲେ ଏବଂ ନଦୀରୁ ବାହାର କରିବାକୁ କହିଥିଲେ । ନାଉରିଆ ଜଣକ ମା ଙ୍କ ପ୍ରତିମୁର୍ତି କୁ ନଦୀଗର୍ଭ ରୁ ବାହାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମ ରେ ରଖି ପୂଜାର୍ଚନା କରୁଥିଲା । ତେଣୁ ମା କୁ କେହି କେହି ମଙ୍ଗଳା ବୋଲି ସମ୍ବରଣ କରୁଥିଲେ । ପରେ ମଙ୍ଗଳ ପୁରର ମଙ୍ଗଳା ମା କାକଟ ପୁର ମା ମଙ୍ଗଳା ନାମରେ ପରିଚିତ ହେଲେ ।

Share

Leave a Reply

Your email address will not be published. Required fields are marked *

one × one =