ଲିଭ୍ ଇନ୍ରେ ରହିବାକୁ ଅନୁମତି ମିଳିଲା ଏହି ଅଭିନେତ୍ରୀଙ୍କୁ

ବଲିଉଡ୍ରେ ରିଲିଜ୍ ଅପେକ୍ଷାରେ ରହିଛି କ୍ରିତି ସାନନ୍ ଓ କାର୍ତ୍ତିକ୍ ଆର୍ୟନଙ୍କ ଅଭିନୀତ ଫିଲ୍ମ। ହେଲେ ଏବେଠାରୁ ଏମାନେ ଏହାକୁ ନେଇ ଆସିଲେଣି ଚର୍ଚ୍ଚାକୁ। ଫିଲ୍ମର କାହାଣୀ ଲିଭ୍ ଇନ୍ ରିଲେସନଶିପ ଉପରେ ଆଧାରିତ। ନିକଟରେ ଫିଲ୍ମର ପ୍ରମୋଶନକୁ ନେଇ ଉଭୟେ ଦେଇଥିବା ଏକ ସାକ୍ଷାତ୍କାରରେ କ୍ରିତି ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେତେବେଳେ ସେ ତାଙ୍କ ମା’ଙ୍କୁ ଲିଭ୍ ଇନ୍ ରିଲେସନଶିପ କଥା କହିଥିଲେ ତାଙ୍କ ମା’ ଏଥିରେ ଏକାଥରେ ରାଜି ହୋଇଥିଲେ। କିନ୍ତୁ ଏବେବି ତାଙ୍କ ବାପା ଏହାକୁ ବିରୋଧ କରୁଥିବା କ୍ରିତି କହିଛନ୍ତି।
ସୂଚନାଯୋଗ୍ୟ, ଏଥର ଫ୍ରାଇଡେ ରିଲିଜରେ ହୋଇଥିବା କ୍ରିତି ଓ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଲୁକା ଛୁପି’ ମାର୍ଚ୍ଚ ୧ରେ ରିଲିଜ୍ ହୋଇଛି ।

Share

Leave a Reply

Your email address will not be published. Required fields are marked *

thirteen − twelve =