ଚାଇଲ୍ଡ ଫଣ୍ଡ ଇଣ୍ଡିଆ ପକ୍ଷରୁ ‘ଖିଲତା ବଚପନ୍’ର ଶୁଭାରମ୍ଭ

ଭୁବନେଶ୍ୱର : ଉତ୍ତର ଭାରତରେ ପିଲାମାନଙ୍କୁ ନିଜର ସକାରାତ୍ମକ ବିକାଶ କ୍ଷେତ୍ରରେ ନିୟୋଜିତ କରି ରଖିବା (ଏନ୍ଗେଜ୍), ନିର୍ଭୟରେ ସେମାନଙ୍କ ମନର ଭାବନାକୁ ପରିପ୍ରକାଶ କରାଇବା(ଏକ୍ସପ୍ରେସ୍) ଏବଂ ସେମାନଙ୍କୁ ସଶକ୍ତ କରିବା(ଏମ୍ପାୱାର) କ୍ଷେତ୍ରରେ ସହଯୋଗ କରିବା ପାଇଁ କଳାତ୍ମକ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏକ ଅଭିନବ ଅଭିଯାନ ‘ଖିଲ୍ତା ବଚ୍ପନ୍’ର ସଫଳ କାର୍ଯ୍ୟକାରିତା ପରେ ଆଜି ଚାଇଲ୍ଡ ଫଣ୍ଡ ଇଣ୍ଡିଆ ପକ୍ଷରୁ ପୂର୍ବ ଭାରତରେ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ଜୟଦେବ ବିହାରର ଓଡିଶୀ ରିସର୍ଚ୍ଚ ସେର ଠାରେ ଅପରାହ୍ନ ୨.୩୦ରୁ ୫ଟା ପର୍ଯ୍ୟନ୍ତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ବିଭିନ୍ନ କର୍ପୋରେଟ୍ ସଂସ୍ଥା, ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରତିନିଧି ତଥା ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ଏହି ଅଭିଯାନ ମାଧ୍ୟମରେ ଚାଇଲ୍ଡ ଫଣ୍ଡ ଆସନ୍ତା ଦୁଇବର୍ଷ ମଧ୍ୟରେ ପୁରାଦେଶର ୧୫ଟି ରାଜ୍ୟରେ ୨୫୦,୦୦୦ରୁ ଉଦ୍ଧ୍ୱର୍ ଶିଶୁ ତଥା ଯୁବପିଢ଼ୀଙ୍କ ନିକଟରେ ପହିବାର ଲକ୍ଷ୍ୟ ରଖିଛି ।

ଏହି ଅଭିଯାନକୁ ମୁଖ୍ୟ ଅତିଥି ଭାବରେ ପ୍ରଫେସର (ଡଃ) ଏ.ବି. ଓତା, ଆଇଏଏସ(ନିର୍ଦ୍ଦେଶକ- ଏସ୍ସିଏସ୍ଟିଆର୍ଟିଆଇର ସ୍ୱତନ୍ତ୍ର ସଚିବ, ଓଡିଶାସରକାର) ଉଦ୍ଘାଟନ କରିଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଗଙ୍ଗାଧର ସାହୁ, ଓଏଏସ୍ (ଏସ୍ଏଜି) (ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍ସିଇଆର୍ଟି ଡିପାର୍ଟମେ ଅଫ୍ ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍, ଓଡିଶା ସରକାର), ଶ୍ରୀଯୁକ୍ତ ବାସୁଦେବ ମାଲା ବିସୋଇ (ଷ୍ଟେଟ୍ ପ୍ରୋଜେକ୍ଟ କୋ ଅର୍ଡିନେଟର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର), ବି.କେମିଶ୍ର (କନ୍ଭେନର, ଓଡିଶା ସିଏସ୍ଆର୍ ଫୋରମ୍) ଓ ଶାନ୍ତିରାଜ ଖୋସ୍ଲା (ସଙ୍ଗୀତ ନିର୍ଦ୍ଦେଶକ ଓ ସଙ୍ଗୀତକାର) ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ଫଣ୍ଡ ଇଣ୍ଡିଆର କ୍ରି ନିର୍ଦ୍ଦେଶକ ଓ ସିଇଓ ନୀଲମ ମଖିଜାନି କହିଛନ୍ତି, “ଖିଲ୍ତା ବଚ୍ପନ୍’ ଅଭିଯାନ ହେଉଛି ଏକ କେନ୍ଦ୍ରିତ ହସ୍ତକ୍ଷେପ ଯାହା କଳାକ୍ଷେତ୍ରରେ ପିଲାମାନଙ୍କୁ ନିୟୋଜିତ କରିବା ପାଇଁ କାର୍ଯ୍ୟ କରିବା ସହ ସେମାନଙ୍କର ଶକ୍ତିକୁ ସକାରାତ୍ମକ ଫଳାଫଳ ପ୍ରତିରଚନାତ୍ମକ ଭାବେ ସକ୍ରିୟ କରିବା ପାଇଁ ସାଧନ ପ୍ରଦାନ କରୁଛି ।”

Share

Leave a Reply

Your email address will not be published. Required fields are marked *

one × 2 =