ସଙ୍ଗୀତକାର ଖୟାମଙ୍କ ପରଲୋକ

ପ୍ରସିଦ୍ଧ ବଲିଉଡ ସଂଗୀତଜ୍ଞ ମହମ୍ମଦ ଜହର ଖୟାମ ହସ୍ମୀଙ୍କର ୯୨ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି । ଫୁସଫୁସରେ ସଂକ୍ରମଣ ଯୋଗୁ ଖୟାମ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଏଣୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିଲା। ଖୟାମଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବଲିଉଡ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି।

ଖୟାମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରସିଦ୍ଧ ସଂଗୀତଜ୍ଞ ଖୟାମ ସାହବଙ୍କ ପରଲୋକରେ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି, ସେ ତାଙ୍କର ସ୍ମରଣୀୟ ଗୀତଗୁଡ଼ିକର ମାଧ୍ୟରେ ସବୁଦିନ ପାଇଁ ମନେରହିବେ । ତାଙ୍କର ଅପାର ଉଦ୍ୟମ ଯୋଗୁଁ ଫିଲ୍ମ ଓ କଳା ଜଗତ ସବୁବେଳେ ତାଙ୍କର ନିକଟରେ ଋଣି ହୋଇ ରହିବ ।

୧୯୪୩ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଖୟାମ ଲୁଧିଆନାରୁ ତଙ୍କର ସଙ୍ଗୀତ ସାଧନା ଆରମ୍ଭ କରିଥିଲେ। ତେବେ ୧୯୫୩ ମସିହାରେ ଫୁଟପାଥ ଫିଲ୍ମରୁ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୬୧ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ସୋଲା ଔର ସବନମ୍ ରେ ପ୍ରଥମେ ଲୋକେ ତାଙ୍କୁ ଜାଣିବାକୁ ପାଇଥିଲେ। ୨୦୦୭ ମସିହାରେ ତାଙ୍କ କଳାକାରକୁ ପ୍ରଥମେ ସଙ୍ଗୀତ ନାଟକ ଏକାଡେମୀର ସ୍ୱୀକୃତି ମିଳିଥିଲା। ଆକାଡେମୀ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ ଖୟାମ। ପରେ ୨୦୧୧ ମସିହାରେ ତାଙ୍କୁ ଦେଶର ଶୀର୍ଷ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ବର୍ଦ୍ଧିତ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

three × 5 =