୪୦ରେ କରୀନା କାପୁର

ମୁମ୍ବାଇ() ୪୦ରେ କରୀନା । ସୋମବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି କରୀନା କାପୁର । ଏହି ସ୍ୱତନ୍ତ୍ର ଅବସରକୁ ସେ ପରିବାର ସହ ପାଳନ କରିଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ କରୀନାଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବା ଲାଗି ବାପା ରଣଧୀର, ମା’ ବବିତା, ଭଉଣୀ କରିସ୍ମା, ସଂପର୍କୀୟ ଭାଇ ଜହାନ୍‌ କପୁର ପ୍ରମୁଖ ପହଞ୍ଚିଥିଲେ ।

ସେହି ଅବସରର କିଛି ଫଟୋକୁ କରିସ୍ମା ନିଜ ସୋସିଆଲ ମିଡିଆ ଏକାଉଣ୍ଟରେ ସେୟାର କରିଛନ୍ତି । ସେଥିରେ କରୀନାଙ୍କୁ ସବୁଜ ରଙ୍ଗର ଫ୍ଲୋରାଲ ପ୍ରିଣ୍ଟ ହୋଇଥିବା ପୋଷାକରେ ଦେଖିବାକୁ ମିଳୁଛି ।

କ୍ୟାପ୍‌ସନରେ କରିସ୍ମା ଲେଖିଛନ୍ତି, ‘ବାର୍ଥ ଡେ ଗର୍ଲ, ଆମେ ତୁମକୁ ବହୁତ ଭଲ ପାଉ ।’ ଅନ୍ୟପଟେ ତାଙ୍କ ଜନ୍ମଦିନ କେକ୍‌ ମଧ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କେକ୍‌ର ଉପର ଭାଗରେ ନାଲି ରଙ୍ଗର ପୋଷାକରେ ଏକ ମିନି କରୀନା ରଖାଯାଇଥିବା ନଜର ଆସୁଛି ।

Share

Leave a Reply

Your email address will not be published. Required fields are marked *

seventeen + 18 =