ଝିଅଙ୍କ ଅଭିନୟରେ ମା’ ଇମ୍ପ୍ରେସ୍

ଫିଲ୍ମ କେଦାରନାଥର ସଫଳତା ପାଇଁ କରୀନା ଦେବେ ସକସେସ୍ ପାର୍ଟି । କରୀନା ପାର୍ଟି ଦବାନେଇ ପ୍ଲାନ କରୁଛନ୍ତି । ପାର୍ଟିରେ ସାରା ଓ ସୈଫଙ୍କ ନିକଟତର ଲୋକ ଓ ଫ୍ରେଣ୍ଡସ୍ ସାମିଲ ହେବେ । ସୈଫ୍ ଓ କରୀନାଙ୍କୁ ଖୁବ ପ୍ରଭାବିତ କରିଛି କେଦାରନାଥରେ ସାରାଙ୍କ ଅଭିନୟ । ଏବେ ସୈଫ୍ ସବୁଠି ନିଜ ଝିଅ ସାରାର ପ୍ରଶଂସା କରି ଥକୁନାହାଁନ୍ତି।
ବକ୍ସଅଫିସରେ ଭଲ କଲେକ୍ସନ୍ କରୁଛି ଫିଲ୍ମ କେଦାରନାଥ । ବୁଧବାର ସୁଦ୍ଧା ଫିଲ୍ମ ୪୦କୋଟିରୁ ଅଧିକ କଲେକ୍ସନ କରିଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳୁଛି । ସାରାଅଲ୍ଲୀ ଖାନ ପ୍ରଥମ ଫିଲ୍ମରୁ ନିଜକୁ ପ୍ରମାଣ କରିଛନ୍ତି । ଖୁବ ସୁନ୍ଦର ଅଭିନୟ କରିଛନ୍ତି ସେ । ସେହିପରି ହୃଦୟକୁ ଛୁଇଁଲା ଭଳି ଆକ୍ଟିଂ କରିଛନ୍ତି ସୁଶାନ୍ତ ସିଂ ରାଜପୁତ ।

Share

Leave a Reply

Your email address will not be published. Required fields are marked *

3 × three =