ପୁଣି ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ ଗୀତିକାର ଜାଭେଦ ଅଖତର ଅଭିଯୋଗ ଆଣିଛନ୍ତି ଯେ, ଅଭିନେତ୍ରୀ କଙ୍ଗନା ଙ୍କ ଓକିଲ ୨୮ ଜୁନରେ ଜାଣିଶୁଣି ବମ୍ବେ ହାଇକୋର୍ଟରେ ତାଙ୍କ ପାସପୋର୍ଟ ରିନ୍ୟୁ କରିବା ପାଇଁ ନିଜ ପକ୍ଷରେ ଆଦେଶପ୍ରାପ୍ତ କରିବା ପାଇଁ ଭ୍ରାମକ ବୟାନ ଦେଇଥିଲେ । ଅଖତର ଏବେ କୋର୍ଟରେ କଙ୍ଗନାଙ୍କ ବିରୋଧରେ ହସ୍ତକ୍ଷେପ ଆବେଦନ କରିଛନ୍ତି ।

ଏହି ଆବେଦନରେ ଜାବେଦ ଅଖତର କହିଛନ୍ତି, ନଭେମ୍ବର ୨୦୨୦ରେ ଏକ ଟିଭି ଇଂଣ୍ଟରଭ୍ୟୁ ମଧ୍ୟରେ କଙ୍ଗନା ରନାଓତ ଙ୍କ ବିଷୟରେ ତାଙ୍କ ଟିପ୍ପଣୀକୁ ନେଇ ତାଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାଏର କରିଥିଲେ ।
ଅଖତର ବଲିଉଡ ଆକ୍ଟ୍ରେସଙ୍କ ଦ୍ୱାରା ଦାୟର ହୋଇଥିବା ରିଟ ଆବେଦନରେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି । ଯିଏ ଜଣେ ଲେଖକଙ୍କ କପିରାଇଟର କଥିତ ଭାବରେ ଉଲ୍ଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ଏକ ଏଫଆଇଆର କୁ ଚ୍ୟାଲେଂଜ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 5 =