ଭାବପ୍ରବଣ ହେଲେ ରାଣୀ ପଣ୍ଡା, କହିଲେ ବଞ୍ଚିବାକୁ ଇଛାନାହିଁ

ଭୁବନେଶ୍ୱର () ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାରେ ଭାଙ୍ଗି ପଡିଛନ୍ତି ଯାତ୍ରା ଜଗତର ସୁପରିଚିତ ନାୟିକା ରାଣୀ ପଣ୍ଡା । ଫେସବୁକରେ ସେ ଏକ ଭିଡିଓ ଛାଡିଛନ୍ତି । ଏଥିରେ ସେ ପୁରା ସେଣ୍ଟିମେଣ୍ଟାଲ ହୋଇଯାଇଛନ୍ତି । ତାଙ୍କୁ କୁଆଡେ ତାଙ୍କ ପରିବାର, ସହିପଡ଼ିଶା, ସାଙ୍ଗସାଥି ସମସ୍ତେ ଛାଡି ଦେଇଛନ୍ତି । କହିବାକୁ ଗଲେ ତାଙ୍କ ଉକ୍ତିରୁ ଲାଗୁଛି ସେ ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ବଲିଉଡ ଚଳଚିତ୍ର ଡାଟି ଫିଲ୍ମର ନାୟିକାଙ୍କ ଭଳି ତାଙ୍କର ପରିସ୍ଥିତି ହୋଇଛି ବୋଲି ସେ କହୁଛନ୍ତି । ଦର୍ଶକଙ୍କୁ ଖୁସି କରିବାକୁ ଯାଇ ସେ ଏବେ ନିନ୍ଦା ଓ ଅପବାଦର ଶିକାର ହୋଇଥିବା କହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − one =