ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା

ଭୁବନେଶ୍ୱର() ଫେବୃଆରୀ ୧ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା । ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ । ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ଯାତ୍ରା ଆୟୋଜକଙ୍କୁ ପରାମର୍ଶ ଦେଇଛି । ଏଥିରେ ଯାତ୍ରା ଆୟୋଜକମାନେ ରାଜି ହୋଇଥିବା ସୂଚନା ମିଳିଛି । ଏଥିଲାଗି ଖଣ୍ଡଗିରି ମେଳାରେ ପଡୁଥିବା ଯାତ୍ରାପାର୍ଟିରେ ରାଣୀ ପଣ୍ଡା କିମ୍ବା ତାଙ୍କ ଭଳି ଅଶ୍ଳୀଳ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ଡ୍ୟାନ୍ସରଙ୍କୁ ଦେଖିବାକୁ ମିଳିନପାରେ ।

ଏଥର ମୈଦାନକୁ ଓହ୍ଲାଇବେ ଅନେକ ଅପେରା ପାର୍ଟି । ସେଥିପାଇଁ ସଜେଇ ହେଉଛି ଖଣ୍ଡଗିରି । କିନ୍ତୁ ଚଳିତବର୍ଷ ନିଆଁ ଲଗା ଡ୍ୟାନ୍ସ ଦେଖିବାକୁ ମିଳିବ ନାହିଁ । ଏନେଇ ବିଏମସି ପ୍ରଶାସକଙ୍କ ପକ୍ଷରୁ ଯାତ୍ରା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି । ମଞ୍ଚରେ ଅଶ୍ଲୀଳ ନାଚ ହେବ ନାହିଁ ବୋଲି ଆୟୋଜକମାନେ ମତ ରଖିଛନ୍ତି ।

ଗତବର୍ଷ ଖଣ୍ଡଗିରି ଯାତ୍ରାରେ ବିଭିନ୍ନ ଅପେରା ପାର୍ଟିଙ୍କ ଦ୍ବାରା ଆୟୋଜିତ ରେକର୍ଡ଼ ଡ୍ୟାନ୍ସରେ ଆଇଟମ୍ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟ ପୂରା ସୀମା ଟପିଥିଲା । ଯାହାକୁ ନେଇ ନିଜ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ପରିବାର ସହ ଯାତ୍ରା ଦେଖିବାକୁ ଆସୁଥିବା ସାଧାରଣ ଲୋକ ।

Share

Leave a Reply

Your email address will not be published. Required fields are marked *

19 + 8 =