‘କୋଇ ମିଲ୍ ଗୟା’ରେ ‘ଜାଦୁ’ ଭୂମିକାରେ ଅଭିନୟ କରିଥିଲେ ଏହି ଅଭିନେତା …

ମୁମ୍ବାଇ() ୨୦୦୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କୋଇ ମିଲ୍ ଗୟା’ ସମସ୍ତେ ନିଜ ପିଲାବେଳ ସମୟରେ ଦେଖିବା ପସନ୍ଦ କରନ୍ତି। ସେହି ସମୟରେ ଏହି ଫିଲ୍ମ ସୁପରହିଟ୍ ହୋଇଥିଲା। ମୁଖ୍ୟ ଭୂମିକାରେ ରାକେଶଙ୍କ ପୁଅ ଋତିକ୍ ଅଭିନୟ କରିଥିଲେ।

 

ଅଭିନେତା ଅଭିନେତ୍ରୀଙ୍କ ବ୍ୟତୀତ ସିନେମାରେ ଏଲିଏନ୍ ଲିଡ୍ ରୋଲରେ ଥିଲା। ତେବେ ଏଲିଏନ ଭୂମିକାରେ କିଏ ଅଭିନୟ କରିଥିଲେ ତାହା କେହି ଜାଣିନାହାନ୍ତି। ଚଳଚ୍ଚିତ୍ରରେ ଏଲିଏନ୍ ଭୂମିକାରେ ଅଭିନେତା ଇନ୍ଦ୍ରବଦନ ପୂରହୀତ ଅଭିନୟ କରିଥିଲେ।
ଇନ୍ଦ୍ରବଦନ ୨୦୧୪ ମସିହାରେ ଦୁନିଆ ଛାଡି ଚାଲିଯାଇଥିଲେ। ଲୋକଙ୍କୁ ଏଣ୍ଟରଟେନ୍ କରିଥିବା ଏହି ଅଭିନେତା ଆଜି ଆମ ଗହଣରେ ନାହାନ୍ତି। ହେଲେ ତାଙ୍କର ଏହି ଭୂମିକା ସମଗ୍ର ବିଶ୍ବରେ ଚର୍ଚ୍ଚା ହୋଇଥିଲା। ଆଜି ମଧ୍ୟ ଲୋକେ ଏହି ଫିଲ୍ମ ଦେଖିବା ବହୁତ ପସନ୍ଦ କରନ୍ତି।

Share

Leave a Reply

Your email address will not be published. Required fields are marked *

3 × one =