ଇଶା ଅମ୍ବାନୀଙ୍କ ଗ୍ରାଣ୍ଡ ମ୍ୟାରେଜ ପଢନ୍ତୁ…

ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ଆଜି ହାଇପ୍ରୋଫାଇଲ୍ ୱେଡିଂ ସେରିମୋନୀ । ଆନନ୍ଦ ପରିମଲଙ୍କ ଜୀବନ ସାଥୀ ହେବେ ମୁକେଶ ତନୟା ଇଶା । ଏହି ହାଇପ୍ରୋଫାଇଲ୍ ବାହାଘର ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନୀଙ୍ଗ ଘରେ ଅନୁଷ୍ଠିତ ହେବ । ଝିଅ ବାହାଘରକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଆୟୋଜନ କରିଛନ୍ତି ମୁକେଶ ଅମ୍ବାନୀ । ଗତ ଶନିବାର ରାଜସ୍ଥାନର ଉଦୟପୁରରେ ଧୁମଧାମରେ ପ୍ରିୱେଡିଂ ସେଲିବ୍ରେସନ ହୋଇଥିଲା ।
ଜମିଥିଲା ନାଚ-ଗୀତ ଆସର । ସାମିଲ ହୋଇଥିଲେ ବିଦେଶର ବହୁ ନାମୀଦାମୀ ସେଲିବ୍ରିଟି, ଶିଳ୍ପପତି, କ୍ରିକେଟ ତାରକା, ରାଜନେତା । ଭାବି ସ୍ୱାମୀ ଆନନ୍ଦ ପିରାମଲଙ୍କ ସହ ଡ୍ୟାନ୍ସ ଫର୍ମରେ ନଜର ଆସିଥିଲେ ଇଶା । ଝୁମିଥିଲେ ସମସ୍ତେ । ଝିଅର ସଙ୍ଗୀତ୍ ପାର୍ଟିରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ ନୀତା ଓ ମୁକେଶ ଅମ୍ବାନୀ । ଷ୍ଟେଜରେ ଡ୍ୟାନ୍ସ କରିଥିଲେ । ଜବ୍ ତକ୍ ହୈ ଜାନ୍ ଗୀତରେ ଝିଅର ସଙ୍ଗୀତରେ ଠୁମ୍କା ଲଗାଇଥିଲେ ନୀତା-ମୁକେଶ । ଇଶାଙ୍କ ଭାଇମାନେ ବି ଧୁମ୍ ନାଚିଥିଲେ ।

Share

Leave a Reply

Your email address will not be published. Required fields are marked *

19 − 7 =