ସୋସିଆଲ ମିଡିଆ ପାଇଁ ଏହି ୩ ମହିଳା ରାତାରାତି ବନିଲେ ଷ୍ଟାର

ଆଜିକାଲି ସୋସିଆଲ ମିଡିଆ ଦ୍ୱାରା ଅନେକ ଲୋକ ରାତାରାତି ଷ୍ଟାର ବନୁଛନ୍ତି । ସୋସିଆଲ ମିଡିଆ ଦ୍ୱାରା ଲୋକଙ୍କ ପ୍ରତିଭା ସହଜରେ ଲୋକଲୋଚନକୁ ଆସିପାରୁଛି । ତେବେ ଆସନ୍ତୁ ଜାଣିବା ୩ ଏମିତି ମହିଳାଙ୍କ ବିଷୟରେ ଯେଉଁ ମାନେ ସୋସିଆଲ ମିଡିଆ ଦ୍ୱାରା ରାତାରାତି ଷ୍ଟାର ହୋଇଛନ୍ତି ।

ରାନୁ ମଣ୍ଡଲ- ରାନୁ ମଣ୍ଡଲ ଜଣେ ଏପରି ମହିଳା ଯେ ଦିନେ ଷ୍ଟେସନରେ ଭିକ୍ଷାବୃତି କରୁଥିଲେ । କିନ୍ତୁ ଗୋଟିଏ ଭିଡିଓ ତାଙ୍କୁ ଆଜି ବଲିଉଡରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଏବେ ସେ ଜଣେ ସେଲିବ୍ରେଟି ପାଲଟି ଯାଇଛନ୍ତି ।

ପି୍ରୟା ପ୍ରକାଶ – ସାଉଥ ଜଗତରେ ଛୋଟମୋଟ ଅଭିନୟ କରୁଥିବା ପି୍ରୟା ପ୍ରକାଶ ଏବେ ସାରା ଦୁନିଆରେ ପରିଚିତ । ପି୍ରୟା ମଧ୍ୟ ଏକ ଭିଡିଓ ଜରିଆରେ ରାତାରାତି ଷ୍ଟାର ବନିଥିଲେ । ଆଉ ଏବେ ସେ ଜଣେ ନାମିଦାମି ଅଭିନେତ୍ରୀ ।

ଢିଙ୍କଚାକ ପୂଜା – ଢିଙ୍କଚାକ ପୂଜା ଭଲ ଗୀତ ନଗାଇଲେ ମଧ୍ୟ ତାଙ୍କର ଚାହିଦା ବେସ ଅଛି । ସେ ଏକ କମେଡି ଏବଂ ଖରାପ ଭିଡିଓ କରି ରାତାରାତି ଷ୍ଟାର ବନିଛନ୍ତି । ତାଙ୍କ ଖରାପ ଗୀତ ପ୍ରଦର୍ଶନରେ ବଲିଉଡ ଷ୍ଟାର ସଲମାନ ଖାନ ମଧ୍ୟ ପ୍ରତିକି୍ରୟା ରଖିଥିଲେ । ଏବେ ସେ ସୋସିଆଲ ମିଡିଆରେ ବେସ ପପୁଲାର ।

Share

Leave a Reply

Your email address will not be published. Required fields are marked *

13 − 2 =