ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଋତିକ ରୋଶନ

ମୁମ୍ବାଇ() ବଲିଉଡ ଇଣ୍ଡଷ୍ଟ୍ରିରେ ସାଧାରଣତଃ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଚାଲିଥାଏ। ଏଠାରେ ସମ୍ପର୍କ ଯେତେ ଶୀଘ୍ର ଯୋଡିହୋଇଥାଏ ସେତିକି ଶୀଘ୍ର ଭାଙ୍ଗିବାର ମଧ୍ୟ ସମ୍ଭାବନା ଥାଏ।ଏମିତି ଏକ ବଲିଉଡ ଦମ୍ପତ୍ତିଙ୍କ ବିଷୟରେ ଜାଣନ୍ତୁ ଯିଏ ଅଲଗା ହେବା ପରେ ପୁଣିଥରେ ଏକା ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଋତିକ ରୋଶନ ପୁଣିଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଋତିକ ତାଙ୍କ ପ୍ରଥମ ପତ୍ନୀ ସୁଜେନଙ୍କୁ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

ଋତିକ ଓ ସୁଜେନ ପ୍ରେମ ବିବାହ କରିଥିଲେ। ହେଲେ ମତଭେଦ ଯୋଗୁଁ ବିବାହର ୧୪ ବର୍ଷ ପରେ ୨୦୧୪ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ଏହି ଦମ୍ପତ୍ତିଙ୍କର ୨ଟି ସନ୍ତାନ ଅଛନ୍ତି। ଛାଡପତ୍ର ଦେବା ପରେ ଋତିକ ଏକ ସାକ୍ଷାତକାରରେ କହିଥିଲେ ଯେ, ସେମାନଙ୍କ ମଧ୍ୟରେ ଏତେ ଝଗଡା ହେଉଥିଲା ଯେ, ସେହି ସମୟରେ ଉଭୟ ଅଲଗା ହେବା ଠିକ୍ ଥିଲା।

ଋତିକ ଓ ସୁଜେନ ଏକା ସହ ରୁହନ୍ତି ନାହିଁ ସତ ହେଲେ ଆଜି ମଧ୍ୟ ପୁଅଙ୍କ ବାହାନାରେ ଦୁହେଁ ପରସ୍ପରଙ୍କ ସହ ଦେଖା ହୁଅନ୍ତି। ଛୁଟି ଦିନରେ ସମୟ ମିଳିଲେ ଋତିକ ସୁଜେନ ଓ ପୁଅଙ୍କ ସହ ସମୟ ବିତାନ୍ତି।

Share

Leave a Reply

Your email address will not be published. Required fields are marked *

5 + 13 =