ତିନି ଦିନରେ ୮୫କୋଟି

ମୁମ୍ବାଇ() ଅକ୍ଷୟ କୁମାରଙ୍କର ମୋଷ୍ଟ ଆୱେଟେଡ୍ ଫିଲ୍ମ ହାଉସଫୁଲ ୪ ଏବେ ବକ୍ସ ଅଫିସରେ ହଙ୍ଗାମା କରୁଛି। ଅକ୍ଟୋବର ୨୫ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ କୃତି ସେନନ, ରିତେଶ ଦେଶମୁଖ, କୃତି ଖରବନ୍ଦା, ବବି ଦେୱଲ, ଓ ପୂଜା ଗର୍ଗ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଫିଲ୍ମର ବ୍ୟବସାୟକୁ ଦେଖି ଲାଗୁଛି କି, ଲୋକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି।

ହାଉସଫୁଲ ୪ ପ୍ରଥମ ଦିନରେ ୧୮.୫୦ କୋଟି ବ୍ୟବସାୟ କରିଥିବା ବେଳେ ଦ୍ଵିତୀୟ ଦିନରେ ୧୮ କୋଟି, ତୃତୀୟ ଦିନରେ ୧୪.୨୫ କୋଟି ଓ ଚତୁର୍ଥ ଦିନରେ ୩୪.୨୫ କୋଟି ବ୍ୟବସାୟ କରିଛି। ଏହି ହିସାବରେ ଫିଲ୍ମ ୮୫କୋଟି ବ୍ୟବସାୟ କରି ପାରିଛି।

Share

Leave a Reply

Your email address will not be published. Required fields are marked *

one + 18 =