ଗୁପଚୁପ କିଏ ବାହାର କରିଥିଲେ ଜାଣିଛନ୍ତି କି? ଜାଣନ୍ତୁ …

ଭାରତରେ ଲୋକ ପି୍ରୟ ଖାଦ୍ୟ ହେଲା ଗୁପଚୁପ । ଏହା ପୁଚ୍କା, ପାନିପୁରୀ, ବତାଶେ ଭଳି ନାମରେ ମଧ୍ୟ ପରିଚିତ । ହେଲେ ଆପଣ ଜାଣିଛନ୍ତି କି ଗୁପଚୁପ କିଏ ବାହାର କରିଥିଲେ । ଆସନ୍ତୁ ଜାଣିବା …

କୁହାଯାଏ ଯେ, ପାଞ୍ଚ ପାଣ୍ଡବଙ୍କୁ ବିବାହ କରିବା ପରେ ଦ୍ରୌପଦୀଙ୍କ ପରୀକ୍ଷା ନେବାକୁ ମାତା କୁନ୍ତୀ ଚିନ୍ତା କରିଥିଲେ। ସେ ଦ୍ରୌପଦୀଙ୍କୁ କିଛି ପନିପରିବା ସହିତ ଅଳ୍ପ ପରିମାଣର ଅଟା ଦେଇ ଖାଦ୍ୟ ପ୍ରସ୍ତୁତ କରିବାକୁ କହିଥିଲେ। ପାଞ୍ଚାଳି ଅଟାକୁ ଛୋଟ ଛୋଟ ଗୁଳା କରି ତା’ ଭିତରେ ପନିପରିବାକୁ ପୂର ଭଳି ପୂରାଇ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଯାହାକି ଗୁପ୍ଚୁପ୍ର ପ୍ରଥମ ରୂପ ବୋଲି କେତେକ କହିଥାନ୍ତି। ସେହିପରି ମଗଧ ସାମ୍ରାଜ୍ୟରେ ଛୋଟ ଅଟା ଗୁଳା ମଧ୍ୟରେ ପନିପରିବା ଦେଇ ପ୍ରସ୍ତୁତ ହେଉଥିଲା ସ୍ବାଦିଷ୍ଟ ଖାଦ୍ୟ। ଏହାକୁ ଲୋକେ ଅଧିକ ପସନ୍ଦ କରୁଥିଲେ।

Share

Leave a Reply

Your email address will not be published. Required fields are marked *

12 − eleven =