ଦେଖନ୍ତୁ ବିଶ୍ୱର କ୍ଷୁଦ୍ରତମ ଗଣେଶ ମୂର୍ତ୍ତି

ଭୁବନେଶ୍ବର : ବିଘ୍ନ ବିନାଶକ ଗଣପତିଙ୍କ ପୂଜାକୁ  ନେଇ ମନ୍ଦିରଠାରୁ ମଣ୍ଡପ ଯାଏଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ୧ ଇଞ୍ଚରୁ କମ୍ ଓ ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ ଚାରୁ ଓ କାରୁ କଳା ଛାତ୍ର ସ୍ୱାଧିନ ମଲ୍ଲିକ । କେନ୍ଦ୍ରାପଡ଼ା ଜିଲ୍ଲା ହରିଅଙ୍କ ଗ୍ରାମର ସ୍ୱାଧିନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆପ୍ଲାଏଡ୍ ଆର୍ଟ ବିଭାଗର ଚତୁର୍ଥ ବର୍ଷର ଛାତ୍ର । କଳାପ୍ରତି ପିଲାଟି ଦିନରୁ ଦୁର୍ବଳତା ରଖିଥିବା ସ୍ୱାଧୀନ ଭୁବନେଶ୍ୱରର କଳିଙ୍ଗ ନଗରରେ ରହନ୍ତି । ସୃଜନଶୀଳତା ଏବଂ ନୂତନ ଚିନ୍ତାଧାରାକୁ ପାଥେୟ କରି ମୂର୍ତ୍ତି ଦେହରେ ଜୀବନ୍ୟାସ ଦେଉଥିବା ସ୍ୱାଧିନ ଗଣେଶପୂଜା ଅବ୍ୟବହିତ ପୂର୍ବରୁ ଏକ ଇଞ୍ଚରୁ କମ୍ ଉଚ୍ଚତାର ଗଣେଶ ମୂର୍ତ୍ତି ତିଆରି କରି ବିସ୍ମୟ ସୃଷ୍ଟି କରିଛନ୍ତି । ଏତେ କ୍ଷୁଦ୍ର ମୂର୍ତ୍ତି ତିଆରି କରିବା ଏତେ ସହଜ ନଥିଲା କହନ୍ତି ସ୍ୱାଧିନ । ଆଗ୍ରହ, ନିଷ୍ଠା, ଏକାଗ୍ରତା ବଳରେ ଦୀର୍ଘ ୧୨ ଘଣ୍ଟାର କଠିନ ପରିଶ୍ରମ କରି ସେ ଏପରି ଏକ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରିପାରିଥିବା କହନ୍ତି । ଏହି ମୂର୍ତ୍ତିରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଓ ପୋଷ୍ଟର କଲର ବ୍ୟବହାର ହୋଇଥିବା ଜଣାଯାଇଛି । ନିଖୁଣ ଭାବେ ତିଆରି ଏହି କ୍ଷୁଦ୍ରତମ ମୂର୍ତ୍ତି ବିରଳ ରେକର୍ଡର ଅଧିକାରୀ ହେବାନେଇ ସମ୍ଭାବନା ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

16 + 17 =