ଗଣେଶଙ୍କ ମୂର୍ତ୍ତିକୁ କାହିଁକି ବିସର୍ଜନ କରାଯାଏ, ଜାଣନ୍ତୁ

ଆଜି ଆମେ ଜାଣିବା ଗଣେଶଙ୍କୁ ବିସର୍ଜନ କାହିଁକି କରାଯାଏ । ପ୍ରଥାରେ ରହିଛି ପୂଜା ଆରମ୍ଭର ୧୧ ଦିନରେ ପଡେ ଅନନ୍ତ ଚତୁର୍ଦ୍ଦଶୀ । ସେହିଦିନ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିବାର ପରମ୍ପରା ରହିଛି । ଏହି ଦିନ ଗଣେଶ ଉତ୍ସବ ଶେଷ ହୁଏ ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଯେବେ ବେଦବ୍ୟାସ ମହାଭାରତ କଥା ୧୦ ଦିନଯାଏଁ ଗଣେଶଙ୍କୁ ଶୁଣାଇ ଥିଲେ ସେତେବେଳେ ସେ ନିଜ ଆଖି ବନ୍ଦ କରି ଦେଇଥିଲେ । ଆଉ ଯେବେ ୧୦ ଦିନ ପରେ ଆଖି ଖୋଲି ଦେଖିଲେ ସେତେବେଳେ ଗଣେଶଙ୍କ ଚାରି ପଟେ ଏକ ତେଜ ସୃଷ୍ଟି ହୋଇଥିଲା ଏବଂ ଗଣେଶଙ୍କ ଶରୀର ଖୁବ ଜୋରରେ ତାତି ଯାଇଥିଲା । ତାପରେ ଦେଦବ୍ୟାସ ଗଣେଶଙ୍କୁ ନିକଟରେ ଥିବା ଏକ ପାଣି କୁଣ୍ଡରେ ସ୍ନାନ କରାଇ ଦେଲେ ଏହା ପରେ ତାଙ୍କ ଶରୀରର ତାପ କମିଯାଇଥିଲା । ସେଥିପାଇଁ ଗଣେଶ ମୂର୍ତ୍ତି ସ୍ଥାପନ କରିବାର ୧୦ ଦିନ ପର୍ଯ୍ୟନ୍ତ ତାଙ୍କୁ ପୂଜା କରାଯାଏ ଓ ୧୧ ଦିନ ଜଳରେ ଗଣେଶଙ୍କ ପ୍ରତିମାକୁ ବିସର୍ଜନ କରାଯାଏ ।

Share

Leave a Reply

Your email address will not be published. Required fields are marked *

15 − seven =