ପ୍ରଥମ ପ୍ରେମକୁ କାହିଁକି ଭୁଲିହୁଏନି, ଜାଣନ୍ତୁ…

ଭୁବନେଶ୍ୱର() ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ ମଧ୍ୟ ଯେତେବେଳେ ଏହା ମନେପଡେ ମନରେ ଖୁସି ଭରିଦେଇଥାଏ। ତେବେ ପ୍ରଥମ ପ୍ରେମକୁ କାହିଁକି ଭୁଲି ହୋଇ ନ ଥାଏ ଜାଣନ୍ତୁ।

ପ୍ରଥମ ପ୍ରେମ ଅଦ୍ୱିତୀୟ – ପ୍ରଥମ ପ୍ରେମ ସବୁବେଳ ପାଇଁ ଅଦ୍ୱିତୀୟ। ପ୍ରେମିକ ବା ପ୍ରେମିକାଙ୍କ ସ୍ନେହ, ଯତ୍ନ ଓ ତାଙ୍କ ଭଲପାଇବା ସବୁଠାରୁ ନିଆରା ଥାଏ। ଏହାସହ ସେହି ସମୟର ଅନୁଭୂତି ସ୍ବତନ୍ତ୍ର ହୋଇଥାଏ।

ଯୌବନ ସ୍ମୃତି ସତେଜ ରଖେ – ଯୌବନର ପ୍ରଥମ ପାହାଚରେ ପ୍ରେମ ଆଡକୁ ପାଦ ଖସିଗଲା ପରେ ତୁମ ସହ ଘଟୁଥିବା ସବୁ ଘଟଣା ମନକୁ ଛୁଇଁଥାଏ। ଆଉ ଏହି ସମୟରେ ଘଟିଥିବା ଅନେକ କିଛି ପାଗଳାମି ମନେ ରହିଯାଇଥାଏ।

ପ୍ରଥମ ହୋଇଥାଏ – ପ୍ରଥମ ପ୍ରେମ ସବୁବେଳ ଲାଗି ପ୍ରଥମ ହୋଇଥାଏ। ପରେ ତୁମେ ଯେତେ ଥର ପ୍ରେମ ବନ୍ଧନରେ ବାନ୍ଧି ହୁଅନା କାହିଁକି ପ୍ରଥମ ପ୍ରେମ ସବୁବେଳ ଲାଗି ପ୍ରଥମ।

ଏଥିରେ କୌଣସି ବିକଳ୍ପ ନ ଥାଏ – ପରିବାରର କଟକଣାରୁ ବାହାରି ଲୁଚି ପ୍ରେମ କରିବାରେ କୌଣସି ବିକଳ୍ପ ନ ଥାଏ । ଏହି ବୟସରେ ତାହା ହୋଇଯାଇଥାଏ।

Share

Leave a Reply

Your email address will not be published. Required fields are marked *

1 + 10 =