‘୮୩ ଦ ଫିଲ୍ମ’ର ଫାଷ୍ଟ ଲୁକ

ଆସିଲା ‘୮୩ ଦ ଫିଲ୍ମ’ର ଫାଷ୍ଟ ଲୁକ ।ଆଜି ୩୪ତମ ଜନ୍ମ ଦିନ ରଣବୀର ସିଂହ ସୋସିଆଲ ମିଡିଆରେ ତାଙ୍କର ଅପ୍କମିଂ ଫିଲ୍ମ ‘୮୩’ରେ ନିଜର ଫାଷ୍ଟ୍ ଲୁକ୍ ଶେଆର କରିଛନ୍ତି।ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍ଅପ୍ରେ ଦେଖି ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି।ଏହି ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଏହି ଫିଲ୍ମଟି ୧୯୮୩ ବିଶ୍ୱକପକୁ ନେଇ ନିର୍ମାଣ ହେଉଛି । ୧୯୮୩ରେ କପିଳଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା । ଯାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହାଛଡା ବିଶ୍ୱକପର ଆଉ କିଛି ଭିତିରି କଥା ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ ।

ଏହି ଫିଲ୍ମରେ କପିଲଙ୍କ ଭୂମିକାରେ ରଣବୀର ସିଂ ଅଭିନୟ କରୁଛନ୍ତି । ଲୁକରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି । ରଣବୀରଙ୍କ ବ୍ୟତୀତ ଫିଲ୍ମରେ କପିଳଙ୍କ ପତ୍ନୀ ରୋମି ଦେବିଙ୍କ ଭୂମିକାରେ ରଣବୀରଙ୍କ ରିଅଲ ଲାଇଫ ପାର୍ଟନର ଦୀପିକା ପାଦୁକୋଣ ଅଭିନୟ କରୁଛନ୍ତି । ଇଂଲଣ୍ଡରେ ଏବେ ଫିଲ୍ମଟିର ସୁଟିଂ ଚାଲିଛି ।

ଏହି ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିବା ଲାଗି ଫୁଲ୍ ଦମ୍ରେ ଲାଗି ପଡ଼ିଛନ୍ତି ରଣବୀର।ଏଥିଲାଗି ସେ କ୍ରିକେଟ୍ ଖେଳୁଛନ୍ତି। ଏପରିକି କପିଲଙ୍କୁ ଭଲ ଭାବେ ବୁଝିବା ପାଇଁ ତାଙ୍କ ଘରେ ୧୦ ଦିନ ରହିଛନ୍ତି। କପିଲଙ୍କ ସହିତ ରହି ସେ ତାଙ୍କ ଚାଲିଚଳଣ, ଗେଟ୍ଅପ୍ ଓ ପର୍ସନାଲ୍ ଲାଇଫ୍ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

5 × two =