ନବଙ୍କ ପାଇଁ ପ୍ରଚାର କଲେ ସୁନୀଲ ଓ ମହିମା

ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ଓ ଅଭିନେତ୍ରୀ ମହିମା ଚୌଧୁରୀ। ଦୁଇଦିନିଆ ପ୍ରଚାର କାର୍ୟ୍ୟକ୍ରମରେ ଏଠାକୁ ଆସିଥିବା ଏହି ଦୁଇ ବଲିଉଡ୍ କଳାକାର ଗତକାଲି ନବଙ୍କ ନିର୍ବାଚନୀ ସଭା ଓ ରୋଡ୍ ସୋ’ରେ ସାମିଲ ହୋଇଥିଲେ। ଏମାନଙ୍କୁ ଦେଖିବା ପାଇଁ ପ୍ରବଳ ଜନଗହଳି ହୋଇଥିଲା।

ଅଭିନେତ୍ରୀ ମହିମା ଲୋକଙ୍କୁ ଓଡ଼ିଆରେ ‘ଜୁହାର’ କହିବା ସହିତ ଗୀତ ଗାଇ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ସେହିପରି ଉଭୟ ସୁନୀଲ ଓ ମହିମା ସେମାନଙ୍କ ଭାଷଣରେ ‘ନବ ଦାଦା’ ବୋଲି ସମ୍ବୋଧନ କରିବା ପରେ ପ୍ରବଳ କରତାଳି ହୋଇଥିଲା। ଆସନ୍ତା ୧୮ ତାରିଖରେ ଭୋଟିଂ ମେସିନର ୩ ନମ୍ବର ବଟନ୍ ଚିପି ଶଙ୍ଖଚିହ୍ନକୁ ଭୋଟ ଦେବାକୁ ସୁନିଲ ଓ ମହିମା ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି ସଭାରେ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ୟ୍ୟଙ୍କ ସମେତ ନବଙ୍କ ପତ୍ନୀ ମିନତି ଦାସ, ପୁ୍ଅ ବିଶାଳ ଦାସ ମଧ୍ୟ ମଞ୍ଚାସୀନ ଥିଲେ।

Share

Leave a Reply

Your email address will not be published. Required fields are marked *

4 × 4 =