ବାଗୀ-2 ପରେ ଭାରତରେ ନଜର ଆସିବେ ଦିଶା

ମୁମ୍ବାଇ: ବାଗୀ-୨ ଚଳଚ୍ଚିତ୍ରର ସଫଳତା ପରେ ନାୟିକା ଦିଶା ପଟାନିଙ୍କର ଭାଗ୍ୟ ଖୋଲିଯାଇଛି। ତାଙ୍କୁ ଏବେ ଭଲ ବ୍ୟବସାୟୀକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ଆସୁଛି। ‘ବାଗୀ-୨’ରେ ଟାଇଗର ଶ୍ରଫ୍‌ଙ୍କ ବିପକ୍ଷରେ ନାୟିକା ବନିଥିଲେ ଦିଶା ପଟାନି। ଏହା ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ଏହାପରେ ଦିଶା ଅନ୍ୟ କୌଣସି ହିନ୍ଦୀ ସିନେମା ପାଇଁ ରାଜି ହେଉ ନଥିଲେ।

ଭାରତ ସିନେମା ପାଇଁ ଦିଶାଙ୍କୁ ଅଫର୍‌ ମିଳିଲା ପରେ ସେ ତତ୍‌କ୍ଷଣାତ୍‌ ରାଜି ହୋଇ ଯାଇଥିଲେ। କାରଣ ଏହି ସିନେମାରେ ଦିଶାଙ୍କୁ ସଲମାନ୍‌ଙ୍କ ସହ ଦେଖିବାକୁ ମିଳିବେ  । କିନ୍ତୁ ନାୟିକା ଭାବେ ନୁହେଁ, ସଲମାନ୍‌ଙ୍କ ଭଉଣୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦିଶାଙ୍କ ଚରିତ୍ରଟି ଖୁବ୍‌ ଦମ୍‌ଦାର୍‌ ବୋଲି ଚର୍ଚ୍ଚା ହେଉଛି।

ଏହାର କାହାଣୀ ଅନୁଯାୟୀ ଦିଶା ଏଥିରେ ସର୍କସରେ କାମ କରୁଥିବା ଜଣେ ଯୁବତୀ ଭୂମିକା ପାଇଛନ୍ତି। ଏହି ଫିଲ୍ମରେ ଦିଶା ପଟାନିଙ୍କର ଅନେକ ଦମ୍‌ଦାର୍‌ ଆକସନ୍‌ ସିନ୍‌ ମଧ୍ୟ ରହିବ ବୋଲି କୁହାଯାଉଛି। ‘ଭାରତ୍‌’ରେ ସଲମାନଙ୍କ ଅପୋଜିଟ୍‌ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ।

Share

Leave a Reply

Your email address will not be published. Required fields are marked *

twenty + two =