କାହିଁକି ଚାପୁଡା ଖାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ() କଲର୍ସରେ ପ୍ରସାରିତ ହେଉଥିବା ରିଅଲିଟି ସୋ ବିଗ ବସ ୧୩’ରେ ଏବେ କଳି ଝଗଡ଼ା ଦେଖିବାକୁ ମିଳୁଛି। ନିକଟରେ ଏକ ଟାସ୍କରେ କଥା ଏତେ ବଢ଼ିଗଲା ଯେ ଦେବୋଲିନା ଶେହେନାଜଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇଲେଣି। ଏହି ଘଟଣା ପରେ ସୋଶାଲ୍ ମିଡିଆରେ ଝଡ଼ ସୃଷ୍ଟି ହୋଇଯାଇଛି।

ଗତ ମଙ୍ଗଳବାର ଏପିସୋଡ୍ରେ ନୋମିନେଶନ୍ ଟାସ୍କ ହୋଇଥିଲା ଯେଉଁଥିରେ ଅସୀମ ରିୟାଜ ଓ ଆରତୀ ସିଂହ ସୁରକ୍ଷିତ ହୋଇଯାଇଥିଲେ। ଘରର ଅନ୍ୟ ସଦସ୍ୟମାନଙ୍କୁ କିନ୍ତୁ ଏଥିରୁ ସୁରକ୍ଷିତ ହେବା ପାଇଁ ‘ସାପ ସିଡ଼ି’ର ଟାସ୍କ କରିବାକୁ ଦିଆଯାଇଥିଲା। ଯିଏ ଯେତେ ଶୀଘ୍ର ସିଡ଼ି ତିଆରି କରିବ ସେ ନୋମିନେଶନରେ ସୁରକ୍ଷିତ ହୋଇଯିବ। ଏହି ଟାସ୍କରେ ସିଦ୍ଧାର୍ଥ ଶୁକ୍ଲା, ଦେବୋଲିନା ଓ ଶେହେନାଜ୍ଙ୍କ ମଧ୍ୟରେ ଝଗଡ଼ ହୋଇଯାଇଥିଲା। ଝଗଡ଼ା ଏତେ ବଢ଼ିଗଲା ଯେ ଦେବୋଲିନା ରାଗରେ ଶେହେନାଜଙ୍କୁ ଚାପୁଡ଼ା ମାରିଦେଲେ।

ଦେବୋଲିନାଙ୍କର ଏଭଳି କାରନାମା ଦର୍ଶକଙ୍କୁ ନିରାଶ କରିଛି। ସୋଶାଲ୍ ମିଡିଆରେ ଶେହେନାଜ୍ଙ୍କ ଫ୍ୟାନ୍ସ ଏ ନେଇ ଦେବୋଲିନାଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଅନେକ ୟୁଜର୍ ଦେବୋଲିନାଙ୍କୁ ଶୋ’ରୁ ବାହାର କରିବାକୁ ଚାହୁଁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଦେବୋଲିନାଙ୍କୁ ଶୋ’ରୁ ବାହାର କରିଦିଆଯାଉ’।

Share

Leave a Reply

Your email address will not be published. Required fields are marked *

17 + thirteen =