ଦୟାବେନଙ୍କ ବୋଲ୍ଡ ଭିଡିଓ ଭାଇରାଲ

ମୁମ୍ବାଇ: କମେଡି ସିରିଏଲ ତାରକା ମେହେତାକା ଓଲ୍ଟା ଚଷମା ର ଅଭିନେତ୍ରୀ ଦୟା ବେନ୍ ଓରଫ ଦିଶା ଭକାନି ଦୀର୍ଘ ଦିନ ହେବ ସୋ’ରୁ ଦୂରେଇ ଅଛନ୍ତି କିନ୍ତୁ ଏହାପରେ ବି ତାଙ୍କ ଫେରିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଥିଲେ ଫ୍ୟାନ୍ସ । ସେହିପରି ତାଙ୍କର ଫେମସ ଡାଇଲଗ୍ ‘ହେ ମାତା ଜୀ’ ମଧ୍ୟ ଖୁବ୍ ପ୍ରସିଦ୍ଧ । କିନ୍ତୁ ଆପଣ ଜାଣିଛନ୍ତି କି ସୋ’ରେ ସରଳ ବୋହୂ ଭୂମିକାରେ ଅଭିନୟ କରୁଥିବା ଦିଶା ବାସ୍ତବରେ ସମ୍ପର୍ଣ୍ଣ ଓଲଟା । ସେ ଦେଖିବାକୁ ଖୁବ୍ ବୋଲ୍ଡ । ବାସ୍ତବରେ, ଦିଶାଙ୍କ ଏକ ବୋଲ୍ଡ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେଉଛି ଦିଶାଙ୍କ ଏହି ଭିଡିଓ । ଏହି ଭିଡିଓକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଥ୍ରୋବ୍ୟାକ ଭିଡିଓରେ ଦିଶା ‘ଦରିଆ କିନାରେ ଏକ ବଙ୍ଗଲା’..ଗୀତରେ ହଟ୍ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଦିଶାଙ୍କ ଏଭଳି ଷ୍ଟାଇଲକୁ ଦେଖି ପ୍ରଶଂସକମାନେ ମଧ୍ୟ ଖୁବ୍ ପସନ୍ତ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − seven =