ମାଁଙ୍କୁ ହସେଇବାକୁ ନାଚୁଛନ୍ତି ଡବୁ ଅଙ୍କଲ

ନିଜର ରୋମାଣ୍ଟିକ ଡ଼୍ୟାନ୍ସ ପାଇଁ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ସଞ୍ଜିବ ଶ୍ରୀବାସ୍ତବ ଅର୍ଥାତ ଡ଼ବୁ ଅଙ୍କଲ ଏବେ ଘରେ ଘରେ ପରିଚିତ । ତାଙ୍କର ଭାଇରାଲ ହୋଇଥିବା ଡ଼୍ୟାନ୍ସ ଭିଡ଼ିଓ ପାଇଁ ସେ ରାତାରାତି ଲୋକପ୍ରିୟ ହେବା ସହ ଏବେ ବଲିଉଡ଼ରୁ ବି ତାଙ୍କୁ ଅଫର୍ ଆସୁଛି । ଏବେ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ଦଶ କା ଦମରେ ସୁଟିଂ ସାରିଥିବା ଜଣାପଡ଼ିଛି । ଏହି ସୋ’ର ସୁଟିଂ ସମୟରେ ସେ ନିଜର ନାଚର ଜଲ୍ବା ଦେଖାଇବା ସହ ସୋ’ର ହୋଷ୍ଟ ସଲମାନ୍ଙ୍କୁ ମଧ୍ୟ ନିଜ ନାଚରେ ପ୍ରଭାବିତ କରିଥିଲେ। ତେବେ ଏତେ ସବୁ ମସ୍ତି ପରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚାହିଁଥିଲେ । ଯାହା ଉତ୍ତରରେ ସଲମାନ ବି କାନ୍ଦି ପକାଇଲେ ।

ଡବୁ ନିଜ ଦୁଃଖ ଭରା କାହାଣି ବର୍ଣ୍ଣନା କରିବାକୁ ଯାଇ କହିଥିଲେ, ଗତ ବର୍ଷ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ସାନ ଭାଇ ଚାଲିଯିବା ପରେ ତାଙ୍କ ଘରୁ ଖୁସି କୁଆଡ଼େ ଉଭାନ ହୋଇ ଯାଇଥିଲା । ତାଙ୍କ ମା’ ସେହି ଦିନ ଠାରୁ ଘରୁ ବାହାରିବା ବନ୍ଦ କରି ଦେଇଥିଲେ । କାହା ସହ କଥା ହେଉ ନଥିଲେ  । ହସିବା ଭୁଲି ଯାଇଥିଲେ ମା’ । ବର୍ଷେ ପରେ ତାଙ୍କର ଏହି ଡ଼୍ୟାନ୍ସ ଭିଡ଼ିଓଟି ଭାଇରାଲ ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ମା’ ହସିଥିଲେ । ଘରର ପରିସ୍ଥିତି ପୂର୍ବ ଭଳି ହେବାକୁ ଲାଗିଥିଲା, ଯାହାକୁ ଦେଖି ସେ ଅଧିକ ଉତ୍ସାହିତ ହୋଇ ନାଚିବା ପାଇଁ ଭାବିଥିଲେ । ଏହି ଭିଡ଼ିଓ ପାଇଁ ସେ କାହାଠାରୁ ଟଙ୍କା ଚାହାଁନ୍ତି ନାହିଁ କି ବଲିଉଡ଼ ଅଫର ମଧ୍ୟ ଦରକାର ନାହିଁ । ଲୋକମାନେ ଏହି ଭିଡ଼ିଓ ଦେଖି ଖୁସି ହେଉଛନ୍ତି, ସେତିକିରେ ସେ ଖୁସି ।

Share

Leave a Reply

Your email address will not be published. Required fields are marked *

3 × 3 =