ହାତୀର ଗୋବରରୁ ତିଆରି ହୁଏ କଫି, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅଧିକାଂଶ ଲୋକ କଫି ପିଇବା ପାଇଁ ବହୁତ ପସନ୍ଦ କରନ୍ତି। ଏମାନଙ୍କ ସକାଳ କଫି ଦ୍ବାରା ଆରମ୍ଭ ହୋଇଥାଏ। ହେଲେ କଫି କେଉଁ କେଉଁ ଜିନିଷରୁ ପ୍ରସ୍ତୁତ କରାଯାଉଛି ସେହି ସଂପର୍କରେ ବି କେହି ଜାଣି ନଥାନ୍ତି। ତେବେ କଫି ଗଛରୁ କଫି ତିଆରି ହେବା ସହ ଆଉ କେଉଁଥିରୁ ତିଆରି ହୁଏ? ଆସନ୍ତୁ ଜାଣିବା।

ଏହି କଫିର ନାଁ ହେଉଛି ବ୍ଲାକ୍ ଆଇଭୋରି ବ୍ଲେଣ୍ଡ କଫି (Black Ivory Blend Coffee) । ଉତ୍ତର ଥାଇଲ୍ୟାଣ୍ଡରେ ଏହି କଫି ପ୍ରସ୍ତୁତ କରାଯାଇଥାଏ। ଏହି କଫି ହାତୀର ଗୋବରରୁ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ହାତୀ ଗୋବରରୁ କଫି ତିଆରି କରିବା ପ୍ରକ୍ରିୟା ବହୁତ ଜଟିଳ । ତେଣୁ ବ୍ଲାକ୍ ଆଇଭୋରି ବ୍ଲାଣ୍ଡ କଫି କିଲୋ ପିଛା ୧୧୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ଅନୁସାରେ ୬୭୦୦୦ ହଜାର ଟଙ୍କା।

ଏହି କଫି ତିଆରି କରିବା ପ୍ରକ୍ରିୟା ବହୁତ ଆଶ୍ଚର୍ୟ୍ୟଜନକ। ପ୍ରଥମେ ହାତୀକୁ କଫିର କଞ୍ଚା ଫଳ ଖାଇବା ଦିଆଯାଇଥାଏ। ହାତୀ ପେଟରେ କଫି ଫଳ ହଜମ ହେବା ପରେ ସେ ଗୋବର ଆକାରରେ ମଳତ୍ୟାଗ କରିଥାଏ। ଏହା ପରେ ହାତୀ ଗୋବରରୁ କଫିଫଳ ଖୋଜା ହୋଇଥାଏ। ହାତୀ ଗୋବରରୁ ବାହାରିଥିବା କଫି ଫଳକୁ ଖରାରେ ଶୁଖା ହୋଇଥାଏ। ଖରାରେ ଭଲକରି ଶୁଖିଲା ପରେ ସେହି ଫଳକୁ ପେଶା ଯାଇଥାଏ। ଏହାପରେ ବ୍ଲାକ୍ ଆଇଭୋରି ବ୍ଲାଣ୍ଡ କଫି ପ୍ରସ୍ତୁତ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

1 × one =