ବଲିଉଡ୍ ସେଲିବ୍ରିଟିଙ୍କ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

ଜମ୍ମୁ-କଶ୍ମୀରର ପୁଲୱାମାରେ ଗୁରୁବାର ଦ୍ୱିପ୍ରହରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ୍ ହୋଇଛନ୍ତି। ଏପରି ଏକ ଦୁଃଖପୂର୍ଣ୍ଣ ଘଟଣା ପାଇଁ ସାରା ଦେଶ ମ୍ରିୟମାଣ ହୋଇପଡିଛି। ବଲିଉଡ୍ ସେଲିବ୍ରିଟି ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି।
ସୋଶାଲ ମିଡିଆରେ ସେଲିବ୍ରିଟିମାନେ ଆତଙ୍କବାଦ ବିରୋଧରେ ନିଜର କ୍ରୋଧକୁ ପରିପ୍ରକାଶ କରିଛନ୍ତି। ସଲମାନ୍ ଖାନ୍, ପ୍ରିୟଙ୍କା ଚୋପ୍ରା, ଅନୁପମ ଖେର୍, ଅକ୍ଷୟ କୁମାର, ଜାବେଦ୍ ଅଖତର୍, ବିକ୍କି କୌଶଲ୍, ହେମା ମାଳିନୀ, ଅଭିଷେକ ବଚ୍ଚନ, ଅକ୍ଷୟ କୁମାର, ସୁନିଲ୍ ଗ୍ରୋଭର୍, ମନୋଜ ବାଜପେୟୀ, ବରୁଣ୍ ଧାଊନ୍ ଓ ଅଜୟ ଦେବଗନ୍ ପ୍ରମୁଖ ସହିଦ୍ ଯବାନଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଆତଙ୍କବାଦୀଙ୍କ ଏହି ଘୃଣ୍ୟ କାର୍ୟ୍ୟକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି।
ଆମିର୍ ଖାନ୍ ଏଭଳି ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଲେଖିଛନ୍ତି, “ପୁଲୱାମାରେ ଆମ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଶୁଣି ମୁଁ ଶବ୍ଦହୀନ ହୋଇପଡ଼ିଛି। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି।”
ସେହିପରି ପ୍ରିୟଙ୍କା ଚୋପ୍ରା କହିଛନ୍ତି, “ଏହି ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହାକୁ ଶୁଣିବା ପରେ ମୁଁ ନିସ୍ତବ୍ଦ ହୋଇ ପଡ଼ିଛି। ଆହତ ଓ ସହିଦ୍ ଯବାନଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ।”
ସେହିପରି ଋଷି କପୁର୍ ଲେଖିଛନ୍ତି, “ଏପରି ଏକ ଲଜ୍ଜ୍ୟାଜନକ ଓ ଆଶ୍ଚର୍ୟ୍ୟ କରି ଦେଉଥିବା ଆକ୍ରମଣ କରିବା କାପୁରୁଷମାନଙ୍କର କାର୍ୟ୍ୟ। ଏହି ଜଘନ୍ୟ ଅପରାଧର ଅପରାଧୀ କେବେ ହେଲେ କଶ୍ମୀର ସହିତ ବନ୍ଧୁତା ସ୍ଥାପନ କରିପାରିବେ ନାହିଁ। ଆମେ ସହିଦ୍ ପରିବାରଙ୍କ ସହିତ ରହିଛୁ।”
ଅନୁଷ୍କା ଶର୍ମା ଲେଖିଛନ୍ତି, “ପୁଲୱାମାରେ ଆମ ଭାରତୀୟ ଯବାନଙ୍କୁ ଆକ୍ରମଣ ବହୁତ ଦୁଃଖଦାୟକ ଘଟଣା। ମୁଁ ସହିଦ୍ ସୈନିକଙ୍କ ପରିବାର ଓ ପ୍ରିୟଜନଙ୍କୁ ସମବେଦନା ଜଣାଉଛି।”
ଅନୁପମ ଖେର୍ କହିଛନ୍ତି, “ପୁଲୱାମାରେ ହୋଇଥିବା ଭୀରୁତାପୂର୍ଣ୍ଣ କାର୍ୟ୍ୟ ପାଇଁ ମୁଁ ବହୁତ ଦୁଃଖୀ। ଯେଉଁ ପରିବାର ତାଙ୍କର ପୁଅ, ଭାଇ, ସ୍ୱାମୀ ଓ ବାପାଙ୍କୁ ହରାଇଛନ୍ତି ମୁଁ ମନରୁ ସେମାନଙ୍କୁ ସମବେଦନା ଜଣାଉଛି ଏବଂ ଆହତମାନେ ଶୀଘ୍ର ଠିକ୍ ହୋଇ ଯାଆନ୍ତି ପ୍ରାର୍ଥନା କରୁଛି।”

Share

Leave a Reply

Your email address will not be published. Required fields are marked *

3 × three =