ଏହି ବଲିଉଡର ଅଭିନେତ୍ରୀଙ୍କ ଲକ୍ଷ ଲକ୍ଷ ପ୍ରେମିକ

ମୁମ୍ବାଇ : ବଲିଉଡର କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ପ୍ରଥମ ଥର ଦେଖିଲେ ହିଁ ଦର୍ଶକ ତାଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି। ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଫିଲ୍ମି ଜଗତରେ ଅଧିକ ଚର୍ଚ୍ଚିତ ନଥିଲେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରେମିକ ଅଛନ୍ତି। ଦିବ୍ୟାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ତାଙ୍କ ଦିୱାନା କରିଛି। ଦିବ୍ୟା ହଟେଷ୍ଟ ମମ୍‌ ଭାବେ ମଧ୍ୟ ପରିଚିତ। ୨୦୦୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅବ ତୁମ୍ହାରେ ହୱାଲେ ୱତନ ସାଥିୟୋଁରେ ଦିବ୍ୟା ଅଭିନୟ କରିଥିଲେ। ଏହି ଫିଲ୍ମ ପରେ ଅଭିନେତ୍ରୀ ଦିବ୍ୟା ଫିଲ୍ମ ଜଗତଠୁ ବିଦାୟ ନେଇଥିଲେ। ଏହା ପରେ ସେ ଫିଲ୍ମ ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା କରୁଥିଲେ। ଏବେ ଦିବ୍ୟା ବଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ପରିଚିତ।

ୟାରିୟାଁ ଓ ସନମ ରେ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଦିବ୍ୟା ।ଏବେ କିଛି ଦିନ ତଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ବହୁତ ଷ୍ଟାଇଲିସ୍‌ ଲୁକ୍‌ରେ ସ୍ପଟ୍‌ କରାଯାଇଥିଲା। ଧଳା ରଂଗର ଟି-ସାର୍ଟ, ପ୍ୟାଣ୍ଟ ଓ ଲଙ୍ଗ ସୁଜ୍‌ ପିନ୍ଧିଥିଲେ ଦିବ୍ୟା । ତାଙ୍କର ଏହି କୁଲ୍‌ ଲୁକ୍‌କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ୧୯୮୧ ମସିହା ନଭେମ୍ବର ମାସ ୨୦ ତାରିଖରେ ଦିବ୍ୟାଙ୍କ ଜନ୍ମ ହୋଇଥିଲା। ଏବେ ତାଙ୍କୁ ୩୭ ବର୍ଷ ବୟସ। ୨୦୦୫ ମସିହାରେ ସେ ଭୂଷଣ କୁମାରଙ୍କୁ ବିବାହ କରିଥିଲେ।

ଭୂଷଣ ଦେଶର ସବୁଠୁ ବଡ ମ୍ୟୁଜିକ କମ୍ପାନୀ ଟି-ସିରିଜର ମାଲିକ। ଦିବ୍ୟା ଅଧିକାଂଶ ସମୟ ନିଜ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରନ୍ତି। ଏବେ ସେ ନିଜ ସ୍ବାମୀ ଓ ପୁଅ ସହ ଭେକେସନରେ ଯାଇଛନ୍ତି।

Share

Leave a Reply

Your email address will not be published. Required fields are marked *

18 − 7 =