ଭାରତୀ ସିଂହଙ୍କୁ ଜାମିନ

ମୁମ୍ବାଇ()  ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡିଆନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଛି । ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାଜିଷ୍ଟ୍ରେଟ କୋର୍ଟ ।

ତେବେ ୨୧ ନଭେମ୍ବର ବା ଗତ ଶନିବାର ଦିନ ମୁମ୍ବାଇର ଅନେ୍ଧରି ସ୍ଥିତ ଘରେ ଚଢାଉ କରିଥିଲା ଏନସିବି । ଚଢାଉ ବେଳେ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିଲା । ପଚରାଉଚରା କରିବାରୁ ଉଭୟେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିଥିଲେ । ପରେ ଦୁହିଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

three + 7 =