କଳା ସୂତା ବାନ୍ଧିଛନ୍ତି କି ?

କଳା ସୂତା ଆମ ଜୀବନରେ ବହୁତ ମହତ୍ୱ ଥାଏ । କଳାସୂତା ଦ୍ୱାରା ଆମ ଜୀବନରେ ଅନେକ ଶୁଭ, ଲାଭ ହୋଇଥାଏ । ଏହା ଖାଲି ସୌନ୍ଦର୍ଯ୍ୟ ପାଇଁ ନୁହେଁ ଶାସ୍ତ୍ର ଅନୁସାରେ ମଧ୍ୟ ଏହା ଦ୍ୱାରା ଆମର ଅନେକ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା କଳାସୂତା ବ୍ୟବହାର କଲେ ଆମକୁ କେଉଁ କେଉଁ ଲାଭ ହୋଇଥାଏ ।
୧-ଶାସ୍ତ୍ର ଅନୁସାରେ କଳା ଜିନିଷ ଆମକୁ ନକରାମ୍ôକ ତଥା ମନ୍ଦ ଦୃଷ୍ଟିରୁ ରକ୍ଷା କରିଥାଏ । କିଛି ଲୋକଙ୍କ ଦୃଷ୍ଟି ବା ନଜର ବହୁତ ଖରାପ ହୋଇଥାଏ । ଯାହାଦ୍ୱାରା ଖାଲି ଶାରୀରିକ ନୁହେଁ ମାନସିକରେ ମଧ୍ୟ କ୍ଷତି ହୋଇଥାଏ । ଯଦି ଆପଣ କଳାସୂତା ବ୍ୟବହାର କରିବେ ତେବେ ଏଭଳି ସମସ୍ୟା ଆସିବନାହିଁ ।
୨-ଯଦି ଆପଣଙ୍କ ପାଦରେ ସବୁବେଳେ ଯନ୍ତ୍ରଣା ବା ବିନ୍ଧା ଅନୁଭବ କରୁଛନ୍ତି ତେବେ କଳା ସୂତା ବାନ୍ଧିବା ଦ୍ୱାରା ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ତାସହ ଗୋଡ ଝିମଝିମ ହେବା ମଧ୍ୟ ଭଲ ହୋଇଥାଏ ।
୩-ଯଦି ଗୋଡରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥାଏ ତେବେ କଳାସୂତା ବ୍ୟବହାର କଲେ ଏହା ଭଲ ହୋଇଥାଏ । ଏହାର ବୈଗ୍ୟାନିକ କାରଣ କଳା ସୂତା ବାନ୍ଧିବା ଦ୍ୱାରା କୌଣସି ଡଷ୍ଟ କ୍ଷତ ସ୍ଥାନରେ ପଡେନାହିଁ । ଯାହାଦ୍ୱାରା ଖଣ୍ଡିଆ ଭଲ ହୋଇଥାଏ ।

୪- ଜ୍ୟୋତିଷ ଶାସ୍ତ୍ରରେ ଯଦି ଆପଣ ମଙ୍ଗଳବାର ଦିନ କଳାସୂତା ବାମ ଗୋଡରେ ବାନ୍ଧନ୍ତି ତେବେ ଆପଣଙ୍କର ଧନ ସମ୍ପତି ବୃଦ୍ଧି ହୋଇଥାଏ ଖାଲି ସେତିକି ନୁହେଁ ସମସ୍ତ ବାଧା ବା ସମସ୍ୟା ଦୂର ହୋଇଥାଏ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ କରାଇଥାଏ ।

Share

Leave a Reply

Your email address will not be published. Required fields are marked *

16 − 8 =