ଛୋଟ ପରଦାରେ ଡେବ୍ୟୁ କରିବେ କଟପ୍ପା

ମୁମ୍ବାଇ () ‘ବାହୁବଳୀ’ ଫିଲ୍ମରେ କଟପ୍ପା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ପ୍ରକୃତ ନାମ ରଙ୍ଗରାଜ ସୁବୟା। ମାତ୍ର ସେ ସତ୍ୟରାଜ ନାମରେ ଲୋକଙ୍କ ନିକଟରେ ବେଶ୍ ପରିଚିତ। ତାମିଲ ଫିଲ୍ମରେ ନିଜର ଯାଦୁ ଦେଖାଇ ସାରିଥିବା କଟପ୍ପାଙ୍କୁ ଏବେ ହିନ୍ଦୀ ପୌରାଣୀକ ଧାରାବାହିକରେ ଦେଖିବାକୁ ମିଳିବ।

ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ଜଗତ୍ ଜନନୀ ମା’ ବୈଷ୍ଣୋଦେବୀ-କାହାନୀ ମାତା ରାନୀ କୀ’ ମାଧ୍ୟମରେ କଟପ୍ପା (ସତ୍ୟରାଜ) ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ତାଙ୍କ ଚରିତ୍ର ଅତିଥି କଳାକାର ସେନାପତିର ରହିଛି।

Share

Leave a Reply

Your email address will not be published. Required fields are marked *

five × 5 =