୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଲେ ଗାୟକ ଅସଲମ

ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପ୍ରସିଦ୍ଧ ପାକ୍ ଗାୟକ ଆତିଫ୍ ଅସଲମ ବିବାଦୀୟ ବୟାନ ଦେଇଛନ୍ତି । ଅସଲମ କହିଛନ୍ତି, ‘‘କିଛି ବଡ଼ କଥା ଲୋକମାନଙ୍କ ସହିତ ସେୟାର କରୁଥିବାରୁ ବହୁତ ଖୁସି ଅଛି । ଇନ୍ସାଅଲ୍ଲାହ, ମୁଁ ଜଲଦି ମୋ ଜୀବନର ସବୁଠାରୁ ଜରୁରୀ ଯାତ୍ରାରେ ବାହାରିବାକୁ ଯାଉଛି । ହଜ୍ରେ ଯିବା ପୂର୍ବରୁ ସମସ୍ତଙ୍କୁ ଭୁଲ ମାଗୁଛି, ସିଏ ମୋ ପ୍ରଶାସଂକ ହୁଅନ୍ତୁ, ପରିବାର ବା ବନ୍ଧୁ ହୁଅନ୍ତୁ । ଯଦି ମୁଁ କାହାର ଭାବନାକୁ ଆଘାତ କରିଥାଏ ତାହା ହେଲେ କ୍ଷମା କରିଦିଅ ।’’ ଏଥିରେ ଅସଲମ୍ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ ଲେଖିଛନ୍ତି ଯେ କାଶ୍ମୀରବାସିନ୍ଦାଙ୍କ ସହ ହେଉଥିବା ହିଂସା ଓ ନିର୍ୟ୍ୟାତନାକୁ ନିନ୍ଦା କରୁଛି । ଆହ୍ଲା କାଶ୍ମୀର ଓ ସମଗ୍ର ଦୁନିଆର ନିରୀହଙ୍କୁ ରକ୍ଷା କରନ୍ତୁ ବୋଲି ଆତିଫ୍ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ପରେ ଭାରତୀୟ ପ୍ରଶଂସକମାନେ ଦୃଢ଼ ନିନ୍ଦା କରିଛନ୍ତି । ତାସହ ଭାରତୀୟ ଫ୍ୟାନ୍ସଙ୍କ କ୍ରୋଧର ଶୀକାର ହୋଇଛନ୍ତି ଅସଲମ୍ ।

ପୁଲୱାମା ଆକ୍ରମଣ ପରେ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଥିଲା ବଲିଉଡ଼୍ । ସେଥିପାଇଁ ସଲମାନଙ୍କ ଫିଲ୍ମ ‘ନୋଟ୍ ବୁକ୍’ ପାଇଁ ଅସଲମ ଗାଇଥିବା ଗୀତକୁ ମଧ୍ୟ ହଟାଇ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

19 − 4 =