ହତ୍ୟା ମାମଲାରେ ଗିରଫ ହେଲେ ଗୋପୀ ବୋହୂ

ଗିରଫ ହେଲେ ଗୋପୀ ବୋହୂ । ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ଦେବୋଲିନା ଭଟ୍ଟାଚାର୍ୟ୍ୟ । ଲୋକପ୍ରିୟ ଟିଭି ଧାରାବାହିକ ସାଥ୍ ନିଭାନା ସାଥୀୟାରେ ଗୋପୀ ବୋହୂ ଭୂମିକାରେ ଅଭିନୟ କରିଥିବା ଦେବୋଲିନା ଭଟ୍ଟାଚାର୍ୟ୍ୟ କରିଛି ଆସାମ ପୋଲିସ୍ । ହୀରା ବ୍ୟବସାୟୀ ରାଜେଶ୍ବର କିଶୋରୀଲାଲଙ୍କ ମର୍ଡର କେସରେ ଦେବୋଲିନାଙ୍କ ହାତ ଥିବା ଅଭିଯୋଗ ହୋଇଛି । ଏବେ ଦେବୋଲିନାଙ୍କୁ ପଚରା ଉଚରା କରୁଛି ପୋଲିସ୍ ।
ସୂଚନାଯୋଗ୍ୟ , ଘାଟକୋପରର ୫୭ ବର୍ଷୀୟ କିଶୋରୀଲାଲ୍ ୨୮ ନଭେମ୍ବରରୁ ନିଖୋଜ ଥିଲେ । ଏହା ପରେ ୨୯ ତାରିଖରେ କିଶୋରୀଲାଲଙ୍କ ପୁଅ ରୋନକ୍ ବାପାଙ୍କ ନିଖୋଜ ହେବାର ଥାନାରେ ଏତଲା ଦେଇଥିଲେ । ତେବେ ପୁଲିସ୍ ଖୋଜି ଖୋଜି କରିବା ପରେ ବି କିଶୋରୀଲାଲଙ୍କର କୌଣସି ପତ୍ତା ନ ମିଳିବାରୁ ଡିସେମ୍ବର ୩ ତାରିଖରେ ଅପହରଣ ମାମଲା ରୁଜ୍ଜୁ କରିଥିଲେ ରୋନକ୍। ଏହା ପରେ ଗତ ଶୁକ୍ରବାର ଏକ ଜଙ୍ଗଲ ଏରିଆରୁ କିଶୋରୀଲାଲଙ୍କ ମୃତଦେହ ମିଳିଥିଲା ।
ତେବେ କିଶୋରୀଲାଲଙ୍କ ଫୋନ୍ ଡିଟେଲ୍ ଚେକ୍ କରିବାରୁ ଏଥିରୁ କିଛି ବାର୍ ଡ୍ୟାନ୍ସରଙ୍କ ନମ୍ବର ବାହାରିଥିଲା । ଯେଉଁମାନଙ୍କ ସହ କିଶୋରୀଲାଲ୍ ଲଗାତାର କଥା ହେଉଥିଲେ । ଏହି କଲ୍ ଡିଟେଲ୍ସରେ ଦେବୋଲିନାଙ୍କ ନମ୍ବର ମଧ୍ୟ ବାହାରିଥିଲା । ଏବେ ଅଧିକ ତଦନ୍ତ ଜାରି ରଖିବା ସହ ଦେବୋଲିନାଙ୍କୁ ମାରାଥନ୍ ଜେରା କରୁଛି ପୋଲିସ୍ ।

Share

Leave a Reply

Your email address will not be published. Required fields are marked *

three × two =