ଫିଲ୍ମକୁ ନେଇ ଅଡୁଆରେ ଅନୁପମ ଖେର

ବଲିଉଡ୍ର ଅପ୍କମିଂ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’କୁ ନେଇ ବିବାଦ ଥମିବାର ନା ଧରୁନି । ଏହି ଫିଲ୍ମଟି ରାଜନୀତି କେନ୍ଦ୍ରୀକ ହୋଇଥିବାବେଳେ , ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗାନ୍ଧି ପରିବାରକୁ ନେଇ ଆଧାରିତ। ତେବେ ଏହି ଫିଲ୍ମରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଥିବା ବଲିଉଡ୍ର ଭେଟରାନ୍ କଳାକାର ଅନୁପମ ଖେର ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାକୁ ବିହାରର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ଓକିଲ ସୁଧୀର ଓଝା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ରେ ଅଭିନୟ କରିଥିବା କଳାକାର ପାଇଁ ମନମୋହନ ଓ ଗାନ୍ଧି ପରିବାରର ସମ୍ମାନକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରି ମୁଜାଫରପୁର କୋର୍ଟରେ ଆବେଦନ କରିଥିଲେ। ବିଶେଷ କରି ଅନୁପମ ଖେର ଓ ମନମୋହନଙ୍କ ମିଡିଆ ପରାମର୍ଶଦାତା ଭାବେ କାର୍ୟ୍ୟ କରୁଥିବା ସଞ୍ଜୟ ବାରୁଙ୍କ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ ଖାନ୍ନାଙ୍କୁ ଓକିଲ ସୁଧୀର ତୀବ୍ର ବିରୋଧ କରିଥିଲେ। ତେବେ ଏହି ଫିଲ୍ମଟିକୁ ସଞ୍ଜୟ ବାରୁ ଲେଖିଥିବା ବହି ଉପରେ ପର୍ୟ୍ୟବସିତ ହୋଇଛି। ଏହାକୁ ନେଇ ବିଭିନ୍ନ ବିବାଦ ସୃଷ୍ଟି ହୋଇଛି।

Share

Leave a Reply

Your email address will not be published. Required fields are marked *

18 − nine =