୩୩ ବର୍ଷ ବଡ ଅଭିନେତାଙ୍କ ପ୍ରେମରେ ଅନନ୍ୟା

ମୁମ୍ବାଇ()  ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଅଭିନେତା ସଲମାନ ଖାନଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦ ୟିଅର ୨”ରେ ଅଭିନୟ କରି ଅନନ୍ୟା ପାଣ୍ଡେ ବଲିଉଡରେ ଡେବ୍ୟୁ କରିଛନ୍ତି। ଏକ ସାକ୍ଷାତକାରରେ ଅନନ୍ୟାଙ୍କୁ ପଚାରାଯାଇଥିଲା ଯେ, ବଲିଉଡର କେଉଁ ଅଭିନେତାଙ୍କୁ ସେ ନିଜ ସ୍ବାମୀ ଭାବେ ଦେଖିବାକୁ ଚାହାନ୍ତି।


ଏ ନେଇ ଅନନ୍ୟା ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ନାଁ ନେଇଥିଲେ। ଅନନ୍ୟା ପିଲାବେଳୁ ସଲମାନଙ୍କୁ ବହୁତ ପସନ୍ଦ କରନ୍ତି। ସଲମାନଙ୍କ ଜୁଡୱା ଫିଲ୍ମ ଦେଖିବା ପରଠୁ ଅନନ୍ୟା ତାଙ୍କର ବହୁତ ବଡ ଫ୍ୟାନ ହୋଇଥିଲେ। ନିକଟରେ ଅନନ୍ୟାଙ୍କ ଫିଲ୍ମ ପତି ପତ୍ନୀ ଅର ୱୋ ରିଲିଜ ହୋଇଛି।

Share

Leave a Reply

Your email address will not be published. Required fields are marked *

10 + 1 =