୭୬ ବର୍ଷରେ ବିଗ୍ ବି

ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୬ ତମ ଜନ୍ମଦିନ । ହିନ୍ଦୀ ସିନେମା ଜଗତର ସେହେନ୍ସା ଓ ବିଗ୍ ବି ନାମରେ ପ୍ରସିଦ୍ଦ, ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ । ଯାହାଙ୍କୁ ହିନ୍ଦି ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା କରାଯାଏ । ବଲିଉଡର ଏହି ସେହେନ୍ସା ୭୬ ବର୍ଷରେ ପାଦ ରଖିଛନ୍ତି । ଆଜିକା ସମୟରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସଫଳତାକୁ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ ବହୁତ କମ ଲୋକ ଜାଣନ୍ତି । ବିଗ୍ ବିଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ନଜର ପକେଇବା ତାଙ୍କର ଏହି ସଂଘର୍ଷରୁ ସଫଳତାର କାହାଣୀ ଉପରେ ।
ସାତ ହିନ୍ଦୁସ୍ତାନୀ ସିନ୍ ରୁ ଆରମ୍ଭ କରଥିଲେ ପ୍ରଥମ ସିନେମା ତାପରେ
ବମ୍ବେ ଟୁ ଗୋଆ ସଙ୍ଗ , ଜଂଜୀର , ଶୋଲ, ଚୁପକେ ଚୁପକ. କଭି କଭି, ଅମର ଅକବର୍ ଆନ୍ଥୋନ, ଡନ୍, ସେହେନ୍ସ, ଅଗ୍ନିପଥ , ମୋହବତେଁ , ବାଗବାନ ଭଳି ହିଟ୍ ସିନେମା ପରେ କୌନ ବନେଗା କରୋଡ ପତି ରିୟାଲିଟି ସୋ କରି ଚର୍ଚ୍ଚାରେ ବିଗ୍ ବି ।
ବଡ ପରଦା ସହ ଛୋଟ ପରଦାରେ ମଧ୍ୟ ଢେର୍ ଲୋକପ୍ରିୟତା ହାସଲ କଲେ ବିଗ୍ ବି ଅମିତାଭ୍ । ରିୟାଲିଟି ଶୋ କୌନ ବନେଗା କରୋଡପତି ସିରିଜ୍ରେ ଅମିତାଭଙ୍କ ନିଆରା ଉପସ୍ଥାପନା ଶୈଳିକୁ ବେଶ ପସନ୍ଦ କଲେ ଦର୍ଶକ ।
ନିଜର ବଳିଷ୍ଠ ଓ ବାସ୍ତବବାଦୀ ଅଭିନୟ ପାଇଁ ଅମିତାଭ ଚାରି ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଏହା ଛଡା ଭାରତ ସରକାର ତାଙ୍କୁ ପଦ୍ନଶ୍ରୀ ଓ ପଦ୍ମବିଭୁଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 9 =