ଫସିଲେ ଅକ୍ଷୟ କୁମାର, ନଭେମ୍ବର ୨୧ ସୁଦ୍ଧା ହାଜର

ବଲିଉଡ଼ର ଖିଲାଡ଼ିଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ। ରାମ ରହିମ୍ଙ୍କ ସହ ଲିଙ୍କ ମାମଲାରେ ସମନ କରିଛି ଏସ୍ଆଇଟି । ଏହା ସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ସମନ ଜାରି କରାଯାଇଛି । ନଭେମ୍ବର ୨୧ ତାରିଖ ସୁଦ୍ଧା ହାଜର ହେବା ପାଇଁ ଅକ୍ଷୟ କୁମାରଙ୍କୁ କୁହାଯାଇଛି । ପ୍ରକାଶ ସିଂହ ବାଦଲଙ୍କୁ ନଭେମ୍ବର ୧୬ ଓ ସୁଖବୀର ସିଂହଙ୍କୁ ୧୯ ନଭେମ୍ବର ସୁଦ୍ଧାର ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରାମ ରହିମ୍ଙ୍କୁ ଗିରଫ ବେଳେ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ କରୁଛି ଏସ୍ଆଇଟି । ମୁମ୍ବାଇରେ ଅକ୍ଷୟ କୁମାର ଓ ସୁଖବୀର ସିଂହ, ରାମ ରହିମ୍ଙ୍କୁ ଭେଟିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ପଚରାଉଚରା କରିବା ପାଇଁ ସମନ ଜାରି କରିଛି ଏସ୍ଆଇଟି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅକ୍ଷୟ କୁମାର ।
ନିଜ ଟ୍ଵିଟର ପେଜ୍ରେ ସେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି । ସେ କହିଛନ୍ତି, ଜୀବନ କାଳରେ କେବେ ରାମ ରହିମ୍ ନାମକ କୌଣସି ବ୍ୟକ୍ତିଙ୍କୁ ଭେଟିନାହିଁ । ସୋସିଆଲ ମିଡିଆରୁ ଜାଣିବାକୁ ପାଉଛି, ଗୁରମୀତ ରାମ ରହିମ୍ ମୁମ୍ବାଇର ଜୁହୁ ଅଞ୍ଚଳରେ ରହୁଥିଲେ । ହେଲେ, ମୁଁ କେବେ ତାଙ୍କୁ ଭେଟିନାହିଁ । କିଛି ବର୍ଷ ହେବ ପଞ୍ଜାବର ସଂସ୍କୃତିକୁ ପ୍ରମୋଟ କରିବା ପାଇଁ ଫିଲ୍ମ ତିଆରି କରୁଛି । ମୁଁ ଏପରି କିଛି କରିବି ନାହିଁ, ଯାହା ଦ୍ୱାରା ପଞ୍ଜାବବାସୀଙ୍କ ଭାବନାକୁ ଆଘାତ ଦେବ ।

Share

Leave a Reply

Your email address will not be published. Required fields are marked *

9 − 7 =