ସର୍ତ୍ତ ହାରିବା କାରଣରୁ ବାହା ହୋଇଥିଲେ ଅକ୍ଷୟ

ମୁମ୍ବାଇ() ବଲିଉଡର ଜଣେ ପପୁଲାର୍ ଅଭିନେତା ଭାବେ ଜଣାଶୁଣା ଅକ୍ଷୟ କୁମାର । ଅକ୍ଷୟ କୁମାର ଟୁଇଙ୍କିଲ୍ ଶର୍ମାଙ୍କୁ ବିବାହ କରିଛନ୍ତି। ଆପଣ ଶୁଣିଥିବେ ଲୋକମାନେ ପ୍ରେମରେ ସର୍ତ୍ତ ଜିତିକରି ବିବାହ କରିଥାନ୍ତି। ହେଲେ ଏ ଦୁଇଜଣଙ୍କ ବିବାହର କାହାଣୀ କିଛି ଅଲଗା। ସର୍ତ୍ତ ହାରିବା କାରଣରୁ ଅକ୍ଷୟ କୁମାର ଟୁଇଙ୍କିଲ୍ ଶର୍ମାଙ୍କୁ ବିବାହ କରିଥିଲେ।

 

ଏକ ପପୁରାଲ୍ ସୋ ରେ ଅକ୍ଷୟ ଓ ଟୁଇଙ୍କିଲ୍ ଦୁହେଁ ଆସିଥିଲେ । ଅକ୍ଷୟ କୁମାର କହିଥିଲେ ଯେ ଟୁଇଙ୍କିଲ୍ ‘ମେଲା’ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେହି ସୋରେ ଏହି ଫିଲ୍ମକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଟୁଇଙ୍କିଲ୍ ଙ୍କୁ ବିଶ୍ବାସ ଥିଲା ଯେ ଏହି ଫିଲ୍ମ ନିଶ୍ଚିତ ହିଟ୍ ହେବ। ସେ କହିଥିଲେ କି ଯଦି ଏହି ଫିଲ୍ମ ହିଟ ନ ହେବ ତେବେ ସେ ଅକ୍ଷୟ କୁମାରଙ୍କୁ ବାହା ହେବେ। ଅକ୍ଷୟ କୁମାର ମଧ୍ୟ ଏଥିରେ ରାଜି ହୋଇଥିଲେ । ପରେ ଫିଲ୍ମଟି ହିଟ୍ ହୋଇପାରିନଥିଲା ଆଉ ନିଜ ସର୍ତ୍ତରେ ହାରି ଟୁଇଙ୍କିଲ୍ ଅକ୍ଷୟଙ୍କୁ ବିବାହ କରିଥିଲେ।

Share

Leave a Reply

Your email address will not be published. Required fields are marked *

15 + two =