ଅକ୍ଷୟ କୁମାରଙ୍କ ମା’ଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ଏହି ଖବର ବିଷୟରେ ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଅସୁସ୍ଥ ମାଆଙ୍କ ପାଇଁ ଗୋଟିଏ ଦିନ ପୂର୍ବରୁ ପ୍ରାର୍ଥନା ପାଇଁ ପ୍ରଶଂସକଙ୍କୁ ନିବେଦନ କରିଥିବା ବଲିଉଡ ଖେଳାଳି ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି- ‘ସେ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଜି ମୁଁ ଅସହ୍ୟ ଯନ୍ତ୍ରଣା ଭୋଗୁଛି. ମୋ ମା ଅରୁଣା ଭାଟିଆ ଏହି ଦୁନିଆ ଛାଡିଛନ୍ତି ଏବଂ ବର୍ତ୍ତମାନ ସେ ପାପାଙ୍କ ସହ ଅଛନ୍ତି । ଆମ ପରିବାର ବର୍ତ୍ତମାନ ଏହି କଷ୍ଟଦାୟକ ସମୟ ଦେଇ ଗତି କରୁଥିବାରୁ ଆମେ ଆପଣଙ୍କର ପ୍ରାର୍ଥନା ଆବଶ୍ୟକ କରୁଛୁ।

Share

Leave a Reply

Your email address will not be published. Required fields are marked *

5 × 5 =