ବେଆଇନ୍ ନିଶାଦ୍ରବ୍ୟ ରଖିଥିବା ଅଭିଯୋଗରେ ଗିରଫ ଏଜାଜ୍ ଖାନ୍

ଟିଭି ଷ୍ଟାର ଏଜାଜ୍ ଖାନ୍ ଗିରଫ । ବେଆଇନ୍ ନିଶାଦ୍ରବ୍ୟ ରଖିଥିବା ଅଭିଯୋଗରେ ତାଙ୍କୁ ଅବକାରୀ ବିଭାଗ ମୁମ୍ବାଇ ସ୍ଥିତ ବେକସୁର ହୋଟେଲରୁ ଗିରଫ କରିଛି । ତାଙ୍କ ଠାରୁ ୮ଟି ଏକଷ୍ଟେସି ବଟିକା ଜବତ ହୋଇଛି । ଏହି ବଟିକା ଖାଇଲେ ଭୟଙ୍କର ନିଶା ହୋଇଥାଏ । ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ । ପୂର୍ବରୁ ଏଜାଜଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପଠାଇବାର ଅଭିଯୋଗ ଥିଲା । ବିଗବସ୍-୮ରେ ଥିଲେ ଏଜାଜ । ଅନେକ ବିବାଦୀୟ ପରିସ୍ଥିତି ବି ସୃଷ୍ଟି କରିଥିଲେ । ଏବେ ନଭି ମୁମ୍ବାଇ ପୋଲିସ୍ ତାଙ୍କୁ ପଚରା ଉଚର କରୁଛି ।

Share

Leave a Reply

Your email address will not be published. Required fields are marked *

three × 4 =