ବଲିଉଡ ଅଭିନେତା ସୋନୁ ସୁଦଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ କରୋନା ପଜିଟିଭ୍ ।ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ଖୋଦ ସୋନୁ ସୁଦ । ଟୁଇଟରେ ସେ ଲେଖିଛନ୍ତି କି, ସେ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ହେଲେ ଚିନ୍ତା କରିବାର କାରଣ ନାହିଁ, ଏବେ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଅଧିକ ସମୟ ମିଳିବ | ଘରେ ବସି ଲୋକଙ୍କ ସମସ୍ୟା ସମାଧାନ କରିବି ବୋଲି ସୋନୁ ଟୁଇଟ କରିଛନ୍ତି ।

ଗତ ବର୍ଷ ମହାମାରୀ କାରଣ ସମୟରେ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟ ତଥା ଘରକୁ ପହଞ୍ଚାଇ ଚର୍ଚ୍ଚାକୁ ଆସିଥିଲେ ସୋନୁ | ରାତାରାତି ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ କରି ଅନେକ ଲୋକପ୍ରିୟତା ପାଇଥିଲେ ଏହି ବଲିଉଡ ଷ୍ଟାର ।ଏପରିକି ଶହଶହ ଲୋକଙ୍କୁ ରୋଜଗାର ଦେବା ସହ ରିଅଲ୍ ହିରୋ ପାଲଟିଥିଲେ । ଯାହାକୁ ସବୁ ଦିଗରୁ ପ୍ରଶଂସାର ସୂଅ ଛୁଟିଥିଲା । ତେବେ ସୋନୁଙ୍କୁ କରୋନା ହେଇଥିବା ଜାଣି ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରିଛନ୍ତି |

Share

Leave a Reply

Your email address will not be published. Required fields are marked *

3 + 5 =