ପୁଣି ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ: ଆଉ ମରିବାକୁ ନେଇ ଡରାଅ ନାହିଁ

ଗତକିଛି ଦିନ ହେଲା ବର୍ଷା ଓ ଅନୁଭବଙ୍କ ବିବାଦ ବେଶ୍ ଚର୍ଚ୍ଚାରେ ଥିବା ବେଳେ, ଏବେ ପୁଣି ସାମ୍ନାକୁ ଆସିଛି ଅନୁଭବଙ୍କ ଆଉ ଏକ ଭିଡିଓ । ନିଜର ୟୁଟ୍ୟୁବ ଚ୍ୟାନେଲ୍‌ ମାଧ୍ୟମରେ ଏହି ଭିଡିଓଟିକୁ ଅପଲୋଡ଼ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।

ଭିଡିଓରେ ଅନୁଭୁବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସଂପର୍କରେ କହିଛନ୍ତି । ଏହି ସମୟରେ ସେ ପରିବାର ସହ ବିତାଇଥିବା ଖୁସିର ମୁହୁର୍ତ୍ତ ସମ୍ପର୍କରେ ଜଣାଇଛନ୍ତି ।

ଏପିରିକି ତାଙ୍କ ରୁମ୍‌ରେ ଲାଗିଥିବା କିଛି ଫଟୋ ଫ୍ରେମ୍‌ ମଧ୍ୟ ଦେଖାଇଥିଲେ । ଭିଡିଓରେ କାହାର ଇମୋସନ ସହ ନଖେଳିବାକୁ ଅନୁରୋଧ କରିଛନ୍ତି ଅନୁଭବ । ମୁଁ ବୋହୁତ ବୋଝ ନେଲିଣି । ମତେ ମାରି ସାରିଲଣି । ଆଉ ମରିବାକୁ ନେଇ ଡରାଅ ନାହିଁ । ଆଇନ ଉପରେ ମୋର ଯଥେଷ୍ଟ ଭରସା ଅଛି । ଆଇନକୁ ମୁଁ ବିଶ୍ବାସ କରେ । ମୁଁ ଏବଂ ମୋ ପରିବାର ପୁଣି ଥରେ ନୂଆ ସୂର୍ଯ୍ୟଦୋୟ ଦେଖିବ ବୋଲି ଆଶା କରୁଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କୋର୍ଟ ଉଭୟ ବର୍ଷା ଓ ଅନୁଭୁବଙ୍କୁ ତାଗିଦ୍‌ କରିଥିଲେ । ସୋସିଆଲ୍‌ ମିଡିଆରେ ଉଭୟ ମନ୍ତବ୍ୟ ନଦେବାକୁ କୋର୍ଟ କହିଥିଲେ । ଏପିରିକି କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ମାନ୍ୟବର କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ, ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

eighteen + seven =