ଦ୍ୱିତୀୟ ବିବାହ କରିବେ ରିତିକ୍ ରୋସନ୍

ବଲିଉଡର ଗ୍ରୀକ୍ ଗଡ୍ କୁହାଯାଉଥିବା ରିତିକ୍ ରୋସନଙ୍କ ବିବାହକୁ ନେଇ ଚର୍ଚ୍ଚା । ବାନ୍ଧବୀ ସବା ଆଜାଦଙ୍କୁ ରିତିଙ୍କ ସହ ଅନେକ ସମୟରେ ପରିବାର ସହ ଓ ପବ୍ଲିକରେ ଏକାଠି ଦେଖିବାକୁ ମିଳେ । ଆଉ କିଛି ଦିନ ପରେ ଏହି ଦୁଇଜଣ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରଚାର ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଟ୍ୱିଟ୍ ମୁତାବକ, ରିତିକ୍ ଓ ସବା ଚଳିତ ବର୍ଷ ନଭେମ୍ବରରେ ବିବାହ କରିବେ । ଯଦିଓ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ  । ଦୁଇଟି ସନ୍ତାନଙ୍କ ବାପା, ୪୯ ବର୍ଷିୟ ରିତିକ୍ ୨୦୧୪ରେ ପ୍ରଥମ ସ୍ତ୍ରୀ ସୁଜାନ୍ ଖାନଙ୍କୁ ଛାଡପତ୍ର ଦେଇଥିଲେ । ଏହାର କିଛି ବର୍ଷ ପରେ ତାଙ୍କୁ ଅଭିନେତ୍ରୀ ତଥା ମଡେଲ ସବା ଅଜାଦଙ୍କ ସହ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ତେବେ ସବାଙ୍କ ସହ ରିତିକଙ୍କ ସମ୍ପର୍କକୁ ନେଇ ଉଭୟଙ୍କ ପରିବାର ଲୋକେ ଖୁସି ଥିବା ଜଣାପଡିଛି । ଦୁହିଁଙ୍କୁ ବିବାହକୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ରହିଛି ।

Share

Leave a Reply

Your email address will not be published. Required fields are marked *

17 − 9 =