୨୪ ବର୍ଷ ପରେ ଭାଙ୍ଗିଲା ସମ୍ପର୍କ

ସଲମାନଙ୍କ ସାନ ଭାଇ ଏବଂ ବଲିଉଡ ଷ୍ଟାର ସୋହେଲ ଖାନ ଏବଂ ପତ୍ନୀ ସୀମା ଖାନ୍‌ଙ୍କ ଭିତରେ ଫାଟ । ଖୁବ୍‌ଶୀଘ୍ର ଦୁଇ ଜଣ ତଲାକ୍ ଦେଉଛନ୍ତି । ମୁମ୍ବାଇ ଫ୍ୟାମିଲି କୋର୍ଟରେ ତଲାକ ପାଇଁ ମାମଲା ରୁଜୁ ହୋଇଛି । ଶୁକ୍ରବାର ଏହି ଦୁଇ ଜଣ କୋର୍ଟରୁ ଅଲଗା ଅଲଗା ହୋଇ ବାହାରିଥିଲେ । କିନ୍ତୁ ଏବେବି ଦୁଇ ଜଣଙ୍କର ଭିତରେ ବନ୍ଧୁତା ରହିଛି । ସୋହେଲଙ୍କର ଜଣେ ବନ୍ଧୁ କହିଛନ୍ତି ଯେ, ସୋହେଲ ଏବଂ ସୀମାଙ୍କ ଭିତରେ କୌଣସି ବିବାଦ ନାହିଁ । ଦୁଇ ଜଣ ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଆଗକୁ ନିଜ ନିଜ ଷ୍ଟାଇଲରେ ଜୀବନ କାଟିବାକୁ ଚାହୁଁଛନ୍ତି । ୧୯୯୮ରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୋହେଲଙ୍କର ଦୁଇ ପୁଅ ୟାହାନ ଏବଂ ନିର୍ବାଣ । ବିବାହର ୨୪ ବର୍ଷ ପରେ ଦୁଇ ଜଣ ଅଲଗା ହେବା ଖବର ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ।

Share

Leave a Reply

Your email address will not be published. Required fields are marked *

thirteen − five =