ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ଓ ବିରାଟ କୋହଲି ଦେଶର ଲୋକପ୍ରିୟ ପତିି-ପତ୍ନୀ । ଏହି ଦୁଇଜଣ ସର୍ବଦା ସୋସିଆଲ ମିଡିଆରେ ବ୍ୟସ୍ତ ଥାଆନ୍ତି । ନିକଟରେ ଉଭୟେ ମାଲଡିଭସରେ ଛୁଟି କଟାଇ ଫେରିଛନ୍ତି । ସେଠାରୁ ସେ ସିଧା ମୁମ୍ବାଇର ଏକ ହସପିଟାଲକୁ ଯାଇଥିବା ଦେଖାଯାଇଛନ୍ତି ।

ଯେମିତି ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଏହାକୁ ନେଇ ତାଙ୍କ ଫଲୋର୍ସ ଓ ପ୍ରଶଂସକଙ୍କ ମଧ୍ୟରେ ନାନା ଆଲୋଚନା ଜାରି ରହିଛି । କେହି କେହି କହୁଛନ୍ତି ଅନୁଷ୍କା ମା’ହେବାକୁ ଯାଉଛନ୍ତି । ୟୁଜର୍ସମାନେ ଉଭୟଙ୍କୁ ଦ୍ୱିତୀୟ ସନ୍ତାନ ହେବାର ବଧାଇ ଦେବା ଆରମ୍ଭ କରିଦେଲେଣି ।

ସୂଚନାନୁଯାୟୀ ୧୩ ଜୁନରେ ବିରାଟ ଓ ଅନୁଷ୍କା ମୁମ୍ବାଇର କୋକିଲାବେନ ହସପିଟାଲ ବାହାରେ ଦେଖିବାକୁ ମିଳିଥିଲେ । ଅନୁଷ୍କାଙ୍କ ସେଠାରେ ଏଲୋ ଓ ହ୍ଵାଇଟ ଲାଇନିଂ ଡ୍ରେସରେ ଦେଖିବାକୁ ମିଳିଥିଲେ । ବିରାଟ ଏକ ହ୍ଵାଇଟ କଲର ଟି ସାର୍ଟ ପିନ୍ଧିଥିବା ଦେଖାଯାଇଥିଲା । ଉଭୟଙ୍କୁ ଏଠାରେ ଡାକ୍ତରଙ୍କ ସହ ଦେଖିବା ପରେ ପ୍ରଶଂସକମାନେ ଏମିତି କିଛି ଭାବିନେଇଥିଲେ । ଫଳରେ ପ୍ରଶଂସକଙ୍କ ତରଫରୁ ଉଭୟଙ୍କୁ ବଧାଇ ଦେବା ଆରମ୍ଭ କରିଦେଇଛନ୍ତି ।

ହେଲେ ସତ୍ୟତା ଆଉ କିଛି ଜଣାପଡ଼ିଛି । ଏକ ରିପୋର୍ଟ ଅନୁଯାୟୀ, ଅନୁଷ୍କା ବାସ୍ତବରେ ଗର୍ଭବତୀ ନାହାଁନ୍ତି । ସେ ଜଣେ ଫିଜିଓଥେରାପି ଡାକ୍ତରଙ୍କ ପାଖକୁ ଯାଇଥିଲେ । ତେବେ ଉଭୟ ନିଜର ପର୍ସନାଲ ଲାଇଫକୁ ବହୁତ ଗୁପ୍ତରେ ରଖିଥାନ୍ତି । ଉଭୟେ ଏଯାଏ ନିଜ ଝିଅ ବାମିକାଙ୍କୁ ମଧ୍ୟ ମିଡିଆ ଠାରୁ ଦୂରରେ ରଖିଛନ୍ତି ।

ଅନୁଷ୍କା ଦୀର୍ଘ ଦିନ ହେବ ଫିଲ୍ମ ଠାରୁ ଦୂରରେ ରହିଛନ୍ତି । ଖୁବ ଶୀଘ୍ର ସେ ବଲିଉଡକୁ ଫେରିବାକୁ ଯାଉଛନ୍ତି । କିକେଟର ଝୁଲନ ଗୋସ୍ୱାମୀଙ୍କ ବାୟୋପିକ ‘ଚକଦା ଏକ୍ସପ୍ରେସ’ରେ ଅନୁଷ୍କା ଦେଖା ଦେବେ ବୋଲି ଜଣାଯାଇଛି । ଏହି ଫିଲ୍ମ ପାଇଁ ଅନୁଷ୍କା ବୋଲିଂର ଟ୍ରେନିଂ ମଧ୍ୟ ନେଉଛନ୍ତି । ଝିଅ ଜନ୍ମ ପରେ ଅନୁଷ୍କା ଫିଲ୍ମ ଦୁନିଆ ଠାରୁ ଦୂରେଇ ଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

two × 2 =