ଦେଖନ୍ତୁ ମିଶନ ମଯନୁ କେବେ ହେବ ରିଲିଜ

ବଲିଉଡ ଅଭିନେତା ସିଦ୍ଧାର୍ଥଙ୍କ ସୁପରହିଟ୍‌ ଫିଲ୍ମ ଶେରସାହ ଏବଂ ଚଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା ପରେ ବର୍ତ୍ତମାନ ଉଭୟେ ବଡ ପରଦାରେ ଆଉ ଏକ ଧମାକା କରିବାକୁ ଆସୁଛନ୍ତି । ଥ୍ରୀଲର୍ ଫିଲ୍ନ ମିଶନ ମଜନୁରେ ଦୁହେଁ ଏକାଠୀ ନଜର ଆସିବାକୁ ଥିବାବେଳେ ଏହାର ରିଲିଜ ଡେଟ୍ ଘୋଷଣା କରାଯାଇଛି ।

10 ଜୁନ୍ 2022ରେ ସିନେମା ଘରେ ରିଲିଜ ହେବ ସିଦ୍ଧାର୍ଥ ମଲହୋତ୍ରା ଓ ରଶ୍ମିକା ମନ୍ଦନଙ୍କ ଆଗାମୀ ଫିଲ୍ମ ମିଶନ୍ ମଜନୁ । ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁବାଲାର ଆର୍‌ଏସ୍‌ବିପି ଏବଂ ଗିଲ୍ଟି ବାଏ ଆସୋସିଏସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ।ସାଉଥ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ରଶ୍ମିକାଙ୍କର ଏହା ହେଉଛି ପ୍ରଥମ ହିନ୍ଦି ଫିଲ୍ମ । ଫଳରେ ରଶ୍ମିକାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଶାନ୍ତନୁ ବାଗଚିଙ୍କ ଦ୍ୱାରା ନିର୍ଦ୍ଦେଶିତ ମିଶନ୍ ମଞ୍ଜୁଙ୍କ କାହାଣୀଟି ୧୯୭୦ ଦଶକର ଏକ ଆକର୍ଷଣୀୟ ଗୁପ୍ତଚର ଥ୍ରୀଲର୍ ଫିଲ୍ମ ।

ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ପାକିସ୍ତାନୀ ମାଟିରେ ଏକ ଗୁପ୍ତ ଅପରେସନ୍ ଚଳାଇଥିବେ । ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ହେଉଥିବାବେଳେ ରିଲିଜକୁ ଫ୍ୟାନ୍ସଙ୍କ ଅପେକ୍ଷା । ଫିଲ୍ମର ରିଲିଜ୍ ଡେଟ୍‌ RSVP ପ୍ରଡକ୍ସନ୍ ହାଉସ୍ ଦ୍ୱାରା ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

thirteen + 17 =